ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ରାଜ୍ୟ ଶାସନ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଶାସନକୁ ଅଧିକ ସରଳ ଓ କ୍ରୀୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରିଥିଲେ ମୋ ସରକାର କାର୍ଯ୍ୟକ୍ରମ ।
ମୋ ସରକାର ଆରମ୍ଭ ହେବାପରେ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଭାଗକୁ ମୋ ସରକାର ଅଧିନକୁ ଆଣି ବିଭାଗ ଗୁଡିକ ଅଧିକ କାର୍ଯ୍ୟକ୍ଷମ କରାଇଛନ୍ତି । ରାଜ୍ୟ ସରକାର ମାର୍ଚ୍ଚ 5 ସୁଦ୍ଧା ସମସ୍ତ ବିଭାଗକୁ ମୋ ସରକାର ଅଧିନକୁ ଆଣିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆଜି (ବୁଧବାର) ଆଉ 5ଟି ବିଭାଗ ଯଥାକ୍ରମେ ଗ୍ରାମ୍ୟ ଉନ୍ନୟନ, ବିଜ୍ଞାନ ପ୍ରଯୁକ୍ତି, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଶକ୍ତି ବିଭାଗ ମୋ ସରକାରରେ ସାମିଲ ହୋଇଛି ।