ଭୁବନେଶ୍ବର: ନନ୍ଦନକନାନାକୁ ଛାଡ଼ୁନି ଶନି ଦଶା । ହାତୀ ମୃତ୍ୟୁ ରହସ୍ୟ ଉପରୁ ପରଦା ନଉଠୁଣୁ ଗୋଟିଏ ପରେ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ଚନ୍ତା ବଢାଇ ଦେଇଛି । ତେବେ ଚେନ୍ନାଇରୁ ଆସିଥିବା ୮ ଟି ଆନାକୋଣ୍ଡା ମଧ୍ୟରୁ ଦୁଇଟିର ମୃତ୍ୟୁ ହୋଇଛି । ଆଉ ୩ ଟି ଅସୁସ୍ଥ ରହିଛନ୍ତି । ତେବେ ଅସୁସ୍ଥ ଆନାକୋଣ୍ଡାଙ୍କ ଚିକିତ୍ସା ପାଇଁ ସୋମବାର ଦିନ ଚେନ୍ନାଇରୁ ଆସୁଛନ୍ତି ବିଶେଷଜ୍ଞ ଟିମ ।
ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ ଘଟଣା ନନ୍ଦନକାନନରେ ଦୁଇ ଦିନ ତଳେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଶନିବାର ସକାଳ ସମୟରେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି ଏବଂ 3 ଟି ଆନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ତେବେ ଅନ୍ୟ 6ଟି ଆନାକୋଣ୍ଡାକୁ ସମ୍ପୂର୍ଣ୍ଣ ରୂପେ ବର୍ତ୍ତମାନ ସମୟରେ ଆଣ୍ଟି ପ୍ରକୋଜଲ ଓ ଆଣ୍ଟି ବାୟୋଟିକ ଡ୍ରଗ୍ସ ଦେଇ ସମସ୍ତ ଆନାକୋଣ୍ଡାକୁ ଚିକିତ୍ସା କରାଯାଉଛି ।
ପ୍ରଥମତଃ ଚେନ୍ନାଇର ଏକ ଚିଡ଼ିଆଖାନାରେ ପୂର୍ବରୁ ରହୁଥିଲେ ମଧ୍ୟ ଓଡ଼ିଶାର ପରିବେଶ ଖାପଖୁଆଇ ଚାଲିବା ନେଇ ଅସୁବିଧା ହେଉଛି । ଆନାକୋଣ୍ଡା ପାଇଁ ଏବେ ନନ୍ଦନକାନନରେ ଥିବା ଖୁଆଡକୁ ଗରମ କରାଯାଉଛି । ଭୂତାଣୁ ମାରିବା ପାଇଁ ଗ୍ୟାସ ମାଧ୍ୟମରେ ସମ୍ପୂର୍ଣ୍ଣ ଖୁଆଡକୁ ସୁରକ୍ଷିତ ରଖାଯାଉଛି । ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ପାଇଁ ଆନାକୋଣ୍ଡାର ମୃତ୍ୟୁ ଘଟୁଛି ତାହା ଏବେ ସୁଦ୍ଧା ଜଣାପଡିନାହିଁ । ମୃତ ଅନାକୋଣ୍ଡାର ରକ୍ତ ନମୂନା ଓୟୁଏଟି ଡାକ୍ତରୀ ଟିମ ନେଇ ପରୀକ୍ଷା କରୁଛନ୍ତି ।
ନନ୍ଦନକାନନର ଡେପ୍ୟୁଟି ଡ଼ାଇରେକ୍ଟର ଜୟନ୍ତ ଦାସଙ୍କ ସୂଚନା ମୁତାବକ, ଚେନ୍ନାଇରୁ ଅନାକୋଣ୍ଡାରୁ ଅଣାଯାଇଥିବାରୁ ସେଠାକାର ଚିଡ଼ିଆଖାନାର ବିଶେଷଜ୍ଞ ଡାକ୍ତର ଓ କେୟାର ଟେକରଙ୍କୁ ଡକାଯାଇଛି । ଏଥିସହ ତ୍ରିଭାମପୁରମ ଚିଡ଼ିଆଖାନାରୁ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଛି । ଏଭଳି ଭାବରେ ତ୍ରିଭାମପୁରମ ଚିଡ଼ିଆଖାନାରେ ଦୁଇଟି ଆନାକୋଣ୍ଡା ମୃତ୍ୟୁବରଣ କରିଥିଲେ । ଅକ୍ଟୋବର ମାସରେ ଆସିଥିବା ଆନାକୋଣ୍ଡାଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ