ଭୁବନେଶ୍ବର:ବିଶ୍ୱବିଦିତ ସୂର୍ଯ୍ୟମନ୍ଦିର ବା କୋଣାର୍କ ମନ୍ଦିର ମୁଣ୍ଡି ମାରିଥିବା କୁଶଳୀ କାରିଗର ଧର୍ମପଦ ଓ ୧୨ଶହ ବଢ଼େଇଙ୍କର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡିଆ ଚଳଚ୍ଚିତ୍ର "ଧରମା ରେ" । ଆଜି ଏହି ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଛି । କୋଣାର୍କର ପ୍ରତିକୃତି କରାଯାଇ ଏହି ଚଳଚ୍ଚିତ୍ରର ସୁଟିଂ ହେବା ନେଇ ସୂଚନା ମିଳିଛି । ଓଡ଼ିଶା, ରାମୋଜୀ ଫିଲ୍ମସିଟି ସମେତ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ ।
ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର କାହାଣୀକୁ ନେଇ ଏହି ଓଡ଼ିଆ ଚଳଚ୍ଚିତ୍ର ତିଆରି ହେବାକୁ ଯାଉଛି । ଫିଲ୍ମରେ ବିଶୁମହାରଣା ଚରିତ୍ରରେ ନଜର ଆସିବେ ଅଭିନେତା ସମ୍ବିତ ଏବଂ ଧରମାଙ୍କ ମାଆଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ରେଶମା । ଫିଲ୍ମଟି ବାସୁଦେବ ସିରିଆସନ ବ୍ୟାନରରେ ପ୍ରସ୍ତୁତ ହେଉଛି ।