ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି(ବୁଧବାର) ଏଥିରେ ସମସ୍ତ ବିଜେପି ବିଧାୟକ ଯୋଗ ଦେଇଥିଲେ। ବର୍ତ୍ତମାନେ ବିଧାନସଭା ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧି ବିଜେପି ସରକାରଙ୍କୁ ଟାର୍ଗେଟ କରିବାକୁ ଲାଗିଛି। ଏହାକୁ ନେଇ ସହ ସରଗରମ ରହିଛି ବିଧାନସଭା। ସ୍କୁଲ ଖୋଲିବା, ଆନ୍ଧ୍ର ସହ ସୀମା ବିବାଦ ଏବଂ ପରି ହତ୍ୟାକାଣ୍ଡ ଭଳି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧି ଦଳ ବିଜେପି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ - bjp mla
ବିଜେପି ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି(ବୁଧବାର) ଏଥିରେ ସମସ୍ତ ବିଜେପି ବିଧାୟକ ଯୋଗ ଦେଇଥିଲେ। ଅଧିକ ପଢ଼ନ୍ତୁ...

ତେବେ ଆଗକୁ କିଭଳି ବିଜେପି ବିଭିନ୍ନ ପ୍ରସଙ୍ଗ ଉପରେ ସରକାରଙ୍କ ଉପରେ ଦବଦବା ରଖିପାରିବ ସେନେଇ ଆଲୋଚନା ହୋଇଛି। ଏହି ବୈଠକେର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ। ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷିଲାଲଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶ୍ରଦ୍ଧାଢଞ୍ଜଳୀ ଦେବାକୁ ବର୍ତ୍ତମାନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓଡ଼ିଶା ଗସ୍ତରେ ଅଛନ୍ତି। ଏହାସହ ରାଜ୍ୟର 6ଟି ବିଶ୍ବ ବିଦ୍ୟାଳୟରେ କୂଳପତି ଚୟନ କରିଥିବାରୁ ସେ ରାଜ୍ୟପାଳଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ସେ ବିଜେପି ବିଧାୟକଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଚଳିତ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବାକୁ ସମ୍ପୁର୍ଣ୍ଣ ବ୍ଲୁ-ପ୍ରିଣ୍ଟ ହୋଇଥିବା ନେଇ ସୂଚନା ମିଳିଛି। ଏହି ବୈଠକ ପରେ ବିଧାନ ସଭାରେ ବିଜେପିର ଆଭିମୁଖ୍ୟ ତାହାରି ଉପରେ ନଜର ରହିବ। ଏଥିରେ ସମସ୍ତ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ