ଓଡିଶା

odisha

ETV Bharat / city

ଭିଜିଲାନ୍ସ ଜାଲରେ ୨ ସରକାରୀ ବାବୁ - ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ ଇଞ୍ଜିନିୟର ଗିରଫ

୨ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଲା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସହ ଲାଞ୍ଚ ନେବା । ଅଧିକ ପଢନ୍ତୁ

ସରକାରୀ କର୍ମଚାରୀଙ୍କ ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ପଡିଲେ ୨ ବାବୁ
ସରକାରୀ କର୍ମଚାରୀଙ୍କ ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ପଡିଲେ ୨ ବାବୁ

By

Published : Feb 4, 2022, 9:11 PM IST

ଭୁବନେଶ୍ବର: ୨ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଲା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସହ ଲାଞ୍ଚ ନେବା । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପଲ୍ୟୁସନ ବିଭାଗ ଅଧିକାରୀ ଭିଜିଲାନ୍ସ ଜାଲରେ ପଡି ଥିବାବେଳେ ଲାଙ୍କ ନେଇ ଧରାପଡିଛନ୍ତି ମଞ୍ଚେଶ୍ବର ଥାନା ASI ।

ସରକାରୀ କର୍ମଚାରୀଙ୍କ ଟଙ୍କା ଲୋଭ: ଭିଜିଲାନ୍ସ ଜାଲରେ ପଡିଲେ ୨ ବାବୁ

ତେବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଇଞ୍ଜିନିୟର ରବି ନାରାୟଣ ପ୍ରୁଷ୍ଟିଙ୍କୁ ପିସି ଆକ୍ଟରେ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ । ଦୁଇ କୋଟିରୁ ଊର୍ଦ୍ଧ୍ବ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା କହିଛି ଭିଜିଲାନ୍ସ । ଭୁବନେଶ୍ୱରର ପଟିଆ, କଲଭିକ୍ କିଙ୍ଗ ପ୍ରାସାଦରେ ଥିବା ଆବାସିକ ଫ୍ଲାଟ, ପୁରୀର ଭକ୍ତ ନିବାସ ଭଳି ବିଭିନ୍ନ ସ୍ଥାନରେ ଏକ କୋଟିରୁ ଅଧିକ ସମ୍ପତ୍ତି ରହିଛି । ଗଜପତି ପ୍ରାସାଦରେ ଫ୍ଲାଟ, ଜଗମୋହନ ନଗରରେ, ଜଗାମରା ବାରଭୁଜା ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଶ୍ରୀରାମ ବିହାର, ନୟାପଲ୍ଲୀ, ଭୁବନେଶ୍ୱରରେ ସମ୍ପର୍କୀୟଙ୍କ ଘର, ଶ୍ରୀକ୍ଷେତ୍ରରେ ନିୱାସରେ ଫ୍ଲାଟ ଗୁଡିକରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଗତକାଲି(ଗୁରୁବାର) ଡେପୁଟି ଏସପିଙ୍କ ନେତୃତ୍ୱରେ 8 ଜଣ ତଦନ୍ତକାରୀ କର୍ମୀ ଏକକାଳୀନ ଚଢାଉ କରିଥିଲେ । ୭ଟି ସ୍ଥାନରେ ଇନ୍ସପେକ୍ଟର ଓ 5 ASI ଏବଂ ଅନ୍ୟ କର୍ମଚାରୀ ରହିଥିଲେ । ବ୍ୟାଙ୍କ ଆକାଉଣ୍ଟରୁ ୭୦ ଲକ୍ଷ, ୩୩୫ ଗ୍ରାମର ସୁନା ଗହଣା ଜବତ କରିଛି ଭିଜିଲାନ୍ସ ।

ସେପଟେ ମଞ୍ଚେଶ୍ବର ଥାନା ଏଏସଆଇ ରବି ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କେସ କରିବାର ଭୟ ଦେଖାଇ ଜଣେ ଦୋକାନୀଙ୍କ ଠାରୁ ଲାଞ୍ଚ ନେବା ସମୟରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details