ଭୁବନେଶ୍ବର:କୋରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମହାମାରୀର ପରିଚାଳନା ପାଇଁ କିଛି ଔଷଧ ଉପଲବ୍ଧତାକୁ ସୀମିତ ରଖାଯାଇ ଅନେକ ନୂତନ ଔଷଧ ମଧ୍ୟ ଆସୁଛି । ତେବେ ଅନେକ ଚିକିତ୍ସା ଓ ଔଷଧକୁ ଯାଞ୍ଚ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି।
DMET ଡ଼ ସିବିକେ ମହାନ୍ତିଙ୍କ ତତ୍ବାବଧାନତାରେ ଔଷଧ ବ୍ୟବହାର ପ୍ରସ୍ତାବକୁ ଯାଞ୍ଚ ଏବଂ ମୂଲ୍ୟାଙ୍କନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହି କମିଟିରେ ଡକ୍ଟର ବିଦ୍ୟୁତ ଦାସ , ଡକ୍ଟର ଜ୍ୟୋତି ପଟ୍ଟନାୟକ ଓ ଡକ୍ଟର ପି କେ ଛାଟୋଇଙ୍କୁ ସାମିଲ କରାଯାଇଛି ।