ଓଡିଶା

odisha

ETV Bharat / city

CHSE କାର୍ଯ୍ୟାଳୟ ସମ୍ମୁଖରେ ହାତ କାଟିଲେ ଛାତ୍ରୀ - ସିଏଚଏସ୍‌ସି କାର୍ଯ୍ୟାଳୟ

CHSE କାର୍ଯ୍ୟାଳୟ ସମ୍ମୁଖରେ ହାତ କାଟିଲେ ଏକ୍ସ ରେଗୁଲାର ଡ୍ରପ୍‌ ଆଉଟ ଛାତ୍ରୀ । ସଠିକ୍‌ ଢଙ୍ଗରେ ତାଙ୍କ ପରୀକ୍ଷା ଖାତା ମୂଲ୍ୟାୟନ ହୋଇନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଅଧିକ ପଢନ୍ତୁ...

CHSE କାର୍ଯ୍ୟାଳୟ ସମ୍ମୁଖରେ ହାତ କାଟିଲେ ଛାତ୍ରୀ
CHSE କାର୍ଯ୍ୟାଳୟ ସମ୍ମୁଖରେ ହାତ କାଟିଲେ ଛାତ୍ରୀ

By

Published : Sep 20, 2021, 5:16 PM IST

Updated : Sep 20, 2021, 5:24 PM IST

ଭୁବନେଶ୍ବର: CHSEକାର୍ଯ୍ୟାଳୟ ସମ୍ମୁଖରେ ହାତ କାଟିଲେ ଏକ୍ସ ରେଗୁଲାର ଡ୍ରପ୍‌ ଆଉଟ ଛାତ୍ରୀ । ସଠିକ୍‌ ଢଙ୍ଗରେ ତାଙ୍କ ପରୀକ୍ଷା ମୂଲ୍ୟାୟନ ହୋଇନଥିବା ଅଭଯୋଗ କରିଛନ୍ତି ଛାତ୍ରୀ । ଦଶମ ଶ୍ରେଣୀ ଆଧାରରେ ଯୁକ୍ତଦୁଇ ଖାତା ମୂଲ୍ୟାୟନ କରିବା ଦାବି ନେଇ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ । ତେବେ ବର୍ତ୍ତମାନ ସୁଦ୍ଧା ଦାବି ପୂରଣ ନହେବାରୁ ହାତ କାଟିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଯୁକ୍ତଦୁଇର ଜଣେ ଏକ୍ସ ରେଗୁଲାର ଛାତ୍ରୀ ।

CHSE କାର୍ଯ୍ୟାଳୟ ସମ୍ମୁଖରେ ହାତ କାଟିଲେ ଛାତ୍ରୀ


କୋଭିଡ ସଂକ୍ରମଣ ଯୋଗୁଁ ରାଜ୍ୟରେ ଶିକ୍ଷାବ୍ୟସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡ଼ିଛି । ଚଳିତ ବର୍ଷ ମଧ୍ୟ କୋରୋନା ମହାମାରୀ ଯୋଗୁଁ ପରୀକ୍ଷା କରାଯାଇନଥିଲା । ସ୍ବତନ୍ତ୍ର ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇ ରେଜଲ୍ଟ ବାହାର କରାଯାଇଥିଲା । ତେବେ ମୂଲ୍ୟାୟନରେ ତ୍ରୁଟି ରହିଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିବା ସହ ଏହାକୁ ନେଇ ବାରମ୍ବାର ଉଚ୍ଚ ଶିକ୍ଷା ମାଧ୍ୟମିକ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇଥିଲେ । ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ଏହାକୁ ବିରୋଧ କରି ଏକ୍ସ ରେଗୁଲାର ଡ୍ରପ୍‌ ଆଉଟ ଛାତ୍ରଛାତ୍ରୀ CHSEକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଅଚାନକ ସେଥିମଧ୍ୟରୁ ଜଣେ ଛାତ୍ରୀ ହାତ କାଟି ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 20, 2021, 5:24 PM IST

ABOUT THE AUTHOR

...view details