ଓଡିଶା

odisha

ETV Bharat / city

ଅମୁଲ ଡୁଡଲରେ ଓଡିଶାବାସୀଙ୍କ ପ୍ରଶଂସା

ଅମୁଲ କମ୍ପାନୀ ନିଜ ଡୁଡଲ ବିଜ୍ଞାପନ ଜରିଆରେ ଓଡିଶା ବାସୀଙ୍କୁ ପ୍ରଶଂସା କରିଛି । ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟର ସେୟାର କରିଛି, ଯେଉଁଥିରେ  'ସବକୋ ସହି ଓଡିଶା ଦିଖାୟା' ଟ୍ୟାଗ ଲାଇନ ରହିଛି ।

By

Published : May 8, 2019, 12:48 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର

ଭୁବନେଶ୍ବର: ପ୍ରଳୟଙ୍କାରୀ ବାତ୍ୟା ଫନିର ମୁକାବିଲା ସାହାସର ସହ କରିଛନ୍ତି ଓଡିଶାବାସୀ । ଏତେ କ୍ଷୟକ୍ଷତି ପରେ ମଧ୍ୟ ନିଜକୁ ସମ୍ଭାଳି ପୁଣି ସାଇତିବାକୁ ପ୍ରସ୍ତୁତ ଅଛନ୍ତି । ଅର୍ଦ୍ଧଭଙ୍ଗା ରାଜ୍ୟକୁ ପୁଣିଥରେ ଗଢିବାକୁ ପ୍ରସ୍ତୁତ ଅଛନ୍ତି । ଯେଉଁଥିପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ରାଜ୍ୟବାସୀ । ସୋସିଆଲ ମିଡିଆରେ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । ତେବେ ଓଡିଶାବାସୀଙ୍କ ଏହି ଦମ୍ଭର ପ୍ରଶଂସା କରିଛି ବହୁ ଚର୍ଚ୍ଚିତ ଅମୁଲ କମ୍ପାନୀ ।

ନିଜ ଡୁଡଲ ବିଜ୍ଞାପନ ଜରିଆରେ ସେ ରାଜ୍ୟବାସୀଙ୍କୁ ପ୍ରଶଂସା କରିଛି । ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟର ସେୟାର କରିଛି, ଯେଉଁଥିରେ 'ସବକୋ ସହି ଓଡିଶା ଦିଖାୟା' ଟ୍ୟାଗ ଲାଇନ ରହିଛି ।

For All Latest Updates

ABOUT THE AUTHOR

...view details