ଭୁବନେଶ୍ବର: ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲା। ଖୋର୍ଦ୍ଧା ଏଡିଜେ କୋର୍ଟରେ ଆରମ୍ଭ ହୋଇଛି ଶୁଣାଣି ପ୍ରକ୍ରିୟା। ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ଼ ହେବାର ଥିଲା । ବାର ଆକମୋଡେସନ ପାଇଁ ଶୁଣାଣି ତାରିଖ ଆସନ୍ତା ମାସ ୧୮ତାରିଖକୁ ଘୁଞ୍ଚିଲା ।
ଅମରେଶ ନାୟକ ହତ୍ୟାକାଣ୍ଡ, ଆରମ୍ଭ ହେଲା ଶୁଣାଣି - ଅମରେଶ ନାୟକ ହତ୍ୟାକାଣ୍ଡ
ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣା । ଖୋର୍ଦ୍ଧା ଏଡିଜେ କୋର୍ଟରେ ଆରମ୍ଭ ହୋଇଛି ଶୁଣାଣି ପ୍ରକ୍ରିୟା । ଅଧିକ ପଢନ୍ତୁ...
ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ ୮ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ବେଲ ହୋଇସାରିଛି। ୨ ଜଣଙ୍କ ବେଲ ଉପରେ ହାଇକୋର୍ଟଙ୍କ ରାୟ କ୍ରମେ ସାକ୍ଷୀଙ୍କ ବୟାନ ରେକର୍ଡ଼ ପରେ ହିଁ ତାଙ୍କର ବେଲ ଉପରେ ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ଅନେକ ହତ୍ୟାକାରୀ ଏହି କେସର ଫେରାର ରହିଛନ୍ତି । ଯାହାଙ୍କୁ ଧରିବାରେ ବିଫଳ ହୋଇଛି କମିସନରେଟ ପୋଲିସ। ତେବେ ୨୭ ଅକ୍ଟୋବର ୨୦୧୯ରେ ଦିପାବଳୀ ରାତିରେ ଏୟାରଫିଲଡ଼ ଥାନା ଅଞ୍ଚଳରେ ଅମରେଶ ନାୟକକୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ତିନି ହତ୍ୟାକାରୀଙ୍କ ଫେରାର ନେଇ କମିସନରେଟ ପୋଲିସ ଉପରେ ପ୍ରଶ୍ନ ଉଠିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ