ଭୁବନେଶ୍ବର: ଓଡିଶାରେ ତାଣ୍ଡବ ରଚିଲା ପରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଅମ୍ଫାନ । ଓଡିଶାର ମାତ୍ରାଧିକ କ୍ଷତି କରି ନପାରି ପଡୋଶୀ ରାଜ୍ୟରେ ଏବେ ଗର୍ଜନ କରୁଛି ବାତ୍ୟା ।
ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କଲା ଅମ୍ଫାନ, ଓଡିଶାରେ ଅଧ୍ୟାୟ ଅନ୍ତ - ଅମ୍ଫାନ ପ୍ରଭାବ
ବାତ୍ୟା ଅମ୍ଫାନ ସୁନ୍ଦରବନ ଅତିକ୍ରମ କଲା ବେଳେ ପବନର ବେଗ ୧୫୫-୧୬୫ କି.ମି ଥିଲା ବୋଲ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ବାସ । ଅଧିକ ପଢ଼ନ୍ତୁ...
ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କଲା ଅମ୍ଫାନ, ଓଡିଶାରେ ଅଧ୍ୟାୟ ଅନ୍ତ
ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅମ୍ଫାନ । ଅମ୍ଫାନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ । ସୁନ୍ଦରବନ ଅତିକ୍ରମ କଲା ବେଳେ ପବନର ବେଗ ୧୫୫-୧୬୫ କି.ମି ଥିଲା ବୋଲ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ବାସ । ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୮୫ କି.ମି ଛୁଇଁଥିଲା । ଦୀଘା-ହାତିଆ ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଅତିକ୍ରମ କରିଛି ଅମ୍ଫାନ୍ ।
ବ୍ୟୁରୋ ଇନପୁଟ ସହ ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ରିପୋର୍ଟ ଇଟିଭି ଭାରତ