ଭୁବେନେଶ୍ବର:ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ 2020-21 ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରିଡ଼ା ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ଶ୍ରେଷ୍ଠ କ୍ରୀଡାବିତ ଭାବେ ସମ୍ମାନିତ ହେବ ଅମିତ ରୋହିଦାସ । ସେହିଭଳି ଶ୍ରେଷ୍ଠ କୋଚ୍ ଭାବେ ଶିବ ପ୍ରସାଦ ଦାସଙ୍କୁ ମିଳିବ ପୁରସ୍କାର ।
ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ (ଜୀବନବ୍ୟାପୀ ସାଧନା ପୁରସ୍କାର)ରେ ସମ୍ମାନିତ କରାଯିବ । ଆସନ୍ତା 29 ତାରିଖରେ କ୍ରୀଡ଼ା ଦିବସ ପାଳନ କରିବ ଓଡ଼ିଶା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ କ୍ରୀଡ଼ା ସମ୍ମାନ ପ୍ରଦାନ କରିବେ ।