ଭୁବନେଶ୍ବର: ୨୧ବର୍ଷ ପରେ ବଙ୍ଗୋପସାଗରରେ ଆସିଲା ମହାବାତ୍ୟା । ସାମୁଦ୍ରିକ ଝଡ ଅମ୍ଫାନ ପାରାଦୀପ ଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ରହିଛି । ୨୦ ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଦୀଘା ଓ ବାଂଲାଦେଶ ହାତିଆ ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ । ସମୁଦ୍ର ଭିତରେ ଅମ୍ଫାନର ବେଗ ଘଣ୍ଟା ପ୍ରତି ୨୩୦ କିମି ରହିବ । ସାମୁଦ୍ରିକ ଝଡ ଅମ୍ଫାନ ସନ୍ଧ୍ୟା ୫.୩୦ ସୁଦ୍ଧା ମହାବାତ୍ୟାରେ ପରିଣତ ହେବ । ପାରାଦୀପ ଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ରହିଛି ।
୨୧ ବର୍ଷ ପରେ ବଙ୍ଗୋପସାଗରରେ ପୁଣି ମହାବାତ୍ୟା ! - ଭୁବନେଶ୍ବର
1999 ମହାବାତ୍ୟା ପରେ ପୁଣି ବଙ୍ଗୋପସାଗରରେ ମହାବାତ୍ୟା ସମ୍ଭାବନା। ସାମୁଦ୍ରିକ ଝଡ ଅମ୍ଫାନ ପାରାଦୀପ ଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ରହିଛି । ୨୦ ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗ ଦୀଘା ଓ ବାଂଲାଦେଶ ହାତିଆ ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ ।
![୨୧ ବର୍ଷ ପରେ ବଙ୍ଗୋପସାଗରରେ ପୁଣି ମହାବାତ୍ୟା ! ୨୧ ବର୍ଷ ପରେ ବଙ୍ଗୋପସାଗରରେ ପୁଣି ମହାବାତ୍ୟା !](https://etvbharatimages.akamaized.net/etvbharat/prod-images/768-512-7247377-thumbnail-3x2-super-cyclone.jpg)
୨୧ ବର୍ଷ ପରେ ବଙ୍ଗୋପସାଗରରେ ପୁଣି ମହାବାତ୍ୟା !
୨୧ ବର୍ଷ ପରେ ବଙ୍ଗୋପସାଗରରେ ପୁଣି ମହାବାତ୍ୟା !
ଉତ୍ତର ଦିଗକୁ ଗତି କରୁଛି ଅମ୍ଫାନ । ଏହାର ପ୍ରଭାବରେ ୧୯ ତାରିଖରେ ଉପକୂଳ ୧୨ଟି ଜିଲ୍ଲାରେ ବର୍ଷା ପବନ ଲାଗି ରହିବ । ପବନର ବେଗ ଘଣ୍ଟା ପ୍ରତି ୫୫ ରୁ ୬୫ କିମି ରହିବ । ସେହିପରି ୨୦ ତାରିଖ ସକାଳୁ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର,ଭଦ୍ରକ ,ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ବାତ୍ୟା ନେଇ ଏହି ୬ଟି ଜିଲ୍ଲାର ଚାଳଛପର ଘର କ୍ଷୟକ୍ଷତି ହେବାର ସମ୍ଭାବନା ଅଧିକ । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ