ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କାରକେଡ ପାଇଁ ଅଟକିଲା ଆମ୍ବୁଲାନ୍ସ - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ଭୁବନେଶ୍ବର ଟ୍ରାଫିକରେ ଆମ୍ବୁଲାନ୍ସରେ ଥିବା ଶିଶୁ ମୃତ୍ୟୁ ଘଟଣା । ଘଟଣାଟି ମନରୁ ଲିଭିନଥିବା ବେଳେ ରବିବାର ପୁଣି ଟ୍ରାଫିକରେ ଫସିଛି ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ଗାଡି ଯିବା ପାଇଁ ଚାରିପଟୁ ବନ୍ଦ ହୋଇଥିଲା ରାସ୍ତା । ଏହି ଭିଡରେ ପ୍ରାୟ 1 ମିନିଟ ପର୍ଯ୍ୟନ୍ତ ଫସିରହିଥିଲା ଆମ୍ବୁଲାନ୍ସ । ଅଧିକ ପଢନ୍ତୁ...

ambulance stuck in cm's carcade, bhubaneswar latest news, cm carade made ambulance stuck in traffic in bhubaneswar, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ପାଇଁ ଟ୍ରାଫିକରେ ଫସିଲା ଆମ୍ବୁଲାନ୍ସ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଫସିଲା ଆମ୍ବୁଲାନ୍ସ
ମୁଖ୍ୟମନ୍ତ୍ରୀଙ୍କ କାରକେଡ ପାଇଁ ଅଟକିଲା ଆମ୍ବୁଲାନ୍ସ

By

Published : Feb 24, 2020, 1:28 AM IST

Updated : Feb 24, 2020, 4:01 PM IST

ଭୁବନେଶ୍ବର: ସମୟ ହେବ ସନ୍ଧ୍ୟା ପ୍ରାୟ 6ଟା 40 । ଜୟଦେବ ବିହାର ଟ୍ରାଫିକରେ ଅଟକିଥିଲେ ଶହ ଶହ ଗାଡି । ଟ୍ରାଫିକର ତିନିପଟେ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ସୁରକ୍ଷାକର୍ମୀ ଚାରିପଟୁ ଦଉଡି ବାନ୍ଧି ଅଟକାଇଥିଲେ ଗାଡିମୋଟର । ହେଲେ ଅନ୍ୟପଟେ ସେହି ଭିଡ ଯୋଗୁଁ ଆଚାର୍ଯ୍ୟ ବିହାର ପଟୁ 100 ମିଟର ଦୂରରେ ଫସି ଯାଇଥିଲା ଆମ୍ବୁଲାନ୍ସ।

ମୁଖ୍ୟମନ୍ତ୍ରୀଙ୍କ କାରକେଡ ପାଇଁ ଅଟକିଲା ଆମ୍ବୁଲାନ୍ସ

ପ୍ରାୟ ଦେଢ ମିନିଟ ଧରି ଅଟକିବା ପରେ ବି ଆମ୍ବୁଲାନ୍ସକୁ ମିଳିନଥିଲା ସାଇଡ। ନା କେହି ସାଧାରଣ ଲୋକ ସାହାଯ୍ୟ କଲେ ନା ବାଟ କଢାଇଲେ ପୋଲିସ କର୍ମଚାରୀ । ସେପଟେ ସ୍ଥାନୀୟ ହୋଟେଲରେ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯିବା ପରେ କ୍ଲିୟର ହୋଇଥିଲା ଟ୍ରାଫିକ।

ଭିଡ ଭିତରେ ଆଚାର୍ଯ୍ୟ ବିହାର ପଟୁ ଆସୁଥିବା OD02BH1260 ଆମ୍ବୁଲାନ୍ସଟି ପ୍ରାୟ ଦେଢ ମିନିଟ ପରେ ଡାକ୍ତରଖାନା ଯିବାକୁ ରାସ୍ତା ପାଇଥିଲା । ଦେଖନ୍ତୁ, ଏହି ଭିଡିଓ । ଯେଉଁଥିରେ ପ୍ରାୟ 1 ମିନିଟ ଧରି ଆମ୍ବୁଲାନ୍ସଟି ଅଟକିଥିବା ବେଳେ ଏବେ ପ୍ରଶ୍ନ ଉଠୁଛି କାରକେଡ ପାଇଁ ଅଟକାଇଥିବା ଆମ୍ବୁଲାନ୍ସ ପଛରେ କିଏ ଦାୟୀ ?

ତେବେ ଏନେଇ କମିସନରେଟ ପୋଲିସ କହିଛି ଯେ ଆମ୍ବୁଲାନସରେ କୌଣସି ରୋଗି ନଥିଲେ। ତେବେ ପ୍ରଶ୍ନ ଉଠୁଛି ଦୁରରୁ କିପରି ଜାଣିଲେ ଆମ୍ବୁଲାନସରେ ରୋଗୀ ନଥିଲେ । ଯଦି ଏମରଜେନସି ପରିସ୍ଥିତି ଉପୁଜିଥାନ୍ତା ତେବେ ଆମ୍ବୁଲାନସକୁ ବାଟ ଦେବା ଭଳି ବାମ ପାର୍ଶ ଫାଙ୍କା ରହିଥିଲା କି ? ଏଥିପ୍ରତି ଭିଡକୁ ଦୃଷ୍ଟିରେ ରଖି ଉପସ୍ଥିତ କମିସନରେଟ ପୋଲିସ କର୍ମଚାରୀ ଅବଗତ ଥିଲେ କି ? ଆମ୍ବୁଲାନସ ସଚେତନତା ନେଇ ଅଭିଯାନ କରୁଥିବା କମିସନରେଟ ପୋଲିସ ଭିଭିଆପି ବ୍ଲକିଂ ବେଳେ ଆମ୍ବୁଲାନସ ପାଇଁ ବାଟ ରଖୁଥିବା ଉପରେ ନଜର ଦେଉଛନ୍ତି କି ନାହିଁ ତାହା ଏବେ ରାଜଧାନୀର ଆମ୍ବୁଲାନସକୁ ବାଟ ଦେବା ପ୍ରସଙ୍ଗ ନେଇ ଏକ ପ୍ରଶ୍ନ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 24, 2020, 4:01 PM IST

ABOUT THE AUTHOR

...view details