ଓଡିଶା

odisha

ETV Bharat / city

ମିଳିଲାନି ଗ୍ରିନ ସିଗନାଲ, ଅଟକିଲା ଆମ୍ବୁଲାନ୍ସ - Ambulance face heavy traffic situation in bhubaneswar

ଆମ୍ବୁଲାନ୍ସକୁ ନେଇ ରାଜଧାନୀରେ ଦୟନୀୟ ସ୍ଥିତି । ରାସ୍ତା ଉପରେ ଆମ୍ବୁଲାନ୍ସକୁ ବାଟ ମିଳିବା ମୁସ୍କିଲ। ନା ସୁଧୁରୁଛନ୍ତି ଲୋକେ ନା ସୁଧୁରୁଛି କମିଶନରେଟ ପୋଲିସ । ଯାହାର ଏକ ବିକଳ ଦୃଶ୍ୟ ପୁଣି ରାଜଧାନୀବାସୀଙ୍କୁ ବ୍ୟଥିତ କରିଛି। ଅଧିକ ପଢନ୍ତୁ...

Ambulance face heavy traffic situation in bhubaneswar
ମିଳିଲାନି ଗ୍ରିନ ସିଗନାଲ, ଅଟକିଲା ଆମ୍ବୁଲାନ୍ସ

By

Published : Mar 2, 2020, 11:02 AM IST

ଭୁବନେଶ୍ବର: ଆମ୍ବୁଲାନ୍ସକୁ ନେଇ ରାଜଧାନୀରେ ଦୟନୀୟ ସ୍ଥିତି। ରାସ୍ତା ଉପରେ ଆମ୍ବୁଲାନ୍ସକୁ ବାଟ ମିଳିବା ମୁସ୍କିଲ। ନା ସୁଧୁରୁଛନ୍ତି ଲୋକେ ନା ସୁଧୁରୁଛି କମିଶନରେଟ ପୋଲିସ । ଯାହାର ଏକ ବିକଳ ଦୃଶ୍ୟ ପୁଣି ରାଜଧାନୀବାସୀଙ୍କୁ ବ୍ୟଥିତ କରିଛି ।

ଦେଖନ୍ତୁ ଏହି ଭିଡିଓକୁ... ଏହେଉଛି ରାଜଧାନୀର ବ୍ୟସ୍ତବହୁଳ ରାସ୍ତା ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାରର ସର୍ଭିସ ରୋଡ। ଯେଉଁଠି ଫସିରହିଛି (OD02BF3818) ଆମ୍ବୁଲାନ୍ସ । ପାଖାପାଖି 2 ମିନିଟ୍‌ରୁ ଅଧିକ ସମୟ ଏଠାରେ ଆମ୍ବୁଲାନ୍ସଟି ଫସି ରହିଛି ।

ଯାହାର ଅନକଟ ଭିଜୁଆଲ ଦେଖାଉଛୁ କେବଳ ଲୋକ ଓ ପ୍ରଶାସନର ଅବଗତ ପାଇଁ । ଭାବନ୍ତୁ ଆମ୍ବୁଲାନ୍ସରେ ଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କର ମଧ୍ୟରେ ସେ ସମୟରେ କଣ ବିତୁଥିବ । ଯେତେବେଳେ ଆମ୍ବୁଲାନ୍ସଟିକୁ ନା ପଛକୁ ନା ଆଗକୁ ନା ବାମକୁ ନା ଡାହାଣକୁ ଯିବାକୁ ସାଇଟ ମିଳୁନଥିବ। ଭିଡ ଟ୍ରାଫିକରେ ସାଇରନ ମାରୁଥିଲେ ବି ଆଗରେ ଥିବା ଟ୍ରାଫିକ ସିଗନାଲରେ କୌଣସି ପରିବର୍ତ୍ତନ ଆସୁନଥିବ ।

ମିଳିଲାନି ଗ୍ରିନ ସିଗନାଲ, ଅଟକିଲା ଆମ୍ବୁଲାନ୍ସ

ନା କୌଣସି ଲୋକେ ସାଇଟ ଦେବାକୁ ରାଜିନାହାଁନ୍ତି ନା ଟ୍ରାଫିକ କର୍ମଚାରୀ କିଛି ଶୁଣିପାରୁନାହାଁନ୍ତି । ଯାହାକୁ ନେଇ ଦୀର୍ଘ 2ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଫସିବା ପରେ ସାଧାରଣ ଗାଡି ପରି ଟ୍ରାଫିକ ଛାଡିବା ପରେ ସାଇଟ ମିଳିଛି ଆମ୍ବୁଲାନ୍ସକୁ । ପରେ ଆମ୍ବୁଲାନ୍ସଟି ଆପୋଲୋ ହସପିଟାଲ ଅଭିମୁଖେ ଯାଇଛି ।

ପ୍ରଶ୍ନ ଉଠୁଛି ଆମ୍ବୁଲାନ୍ସକୁ ବାଟ ଦେବା ସଚେତନତା କେବଳ ମଲ ଭିତରେ ସୀମିତ ରହିବ କି । ବିଗତ କିଛି ଦିନର ଆମ୍ବୁଲାନ୍ସକୁ ନେଇ ବିକଳ ଚିତ୍ର ଖବର ପ୍ରସାରଣ ସତ୍ବେ ମଧ୍ୟ ସ୍ଥିତି ସୁଧୁରୁନାହିଁ କାହିଁକି । କଣ ସଚେତନତାର ଅଭାବ ଦେଖାଦେଉଛି । ନା ମଣିଷପଣିଆର ।

ସେପଟେ କେବଳ ଔଷଧ ବିକଳରେ ତାଟିଆ କାମୁଡିବା ପରି ବଡ ବଡ ମଲରେ କଲର ଫୁଲ ପୋଷ୍ଟର ଓ ସେଲଫି ଜୋନରେ ଫଟୋ ଉଠାଇ ସତେ ଯେମିତି ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି କମିଶନରେଟ ପୋଲିସ ଅଧିକାରୀ। ଆମ୍ବୁଲାନ୍ସକୁ ବାଟ ଦେବା ଲାଗି ସଚେତନତା କାର୍ଯକ୍ରମ ନେଇ ପ୍ରଶ୍ନ କରିବାରୁ ଗଣମାଧ୍ୟମକୁ ଅଜବ ଯୁକ୍ତି ବାଢୁଛନ୍ତି କମିଶନରେଟ ପୋଲିସ ଅଧିକାରୀ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯିବା ସମୟରେ କାରକେଡକୁ ଅଟକାଇ ଆମ୍ବୁଲାନ୍ସକୁ ସାଇଟ ଦେବାର ଏକ ଭିଡିଓ ଜାରି କରି ଲୋକଙ୍କୁ ସଚେତନତା ଆରମ୍ଭ କରିଛି କମିଶନରେଟ ପୋଲିସ। ତେବେ ଏସବୁ ଭିତରେ କେବେ ସୁଧୁରିବେ ଲୋକେ ଆଉ ଦେଖିବାକୁ ମିଳିବନି ଏଭଳି ଦୃଶ୍ୟ ତାକୁ ହିଁ ଅପେକ୍ଷା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details