ଭୁବନେଶ୍ବର: ବୁଦ୍ଧିଆ ସିଂହ ପରେ ଏବେ ଆଉ ଜଣେ ବିସ୍ମୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ । ବୟସ ମାତ୍ର 4 ବର୍ଷ । ହେଲେ ରେକର୍ଡ ନିଶାରେ ଦୌଡୁଥିବା ବୁଦ୍ଧାଦିତ୍ୟ ଆସନ୍ତା 14 ତାରିଖରେ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ନୋଏଡା ରନିଂ ଫେଷ୍ଟିଭାଲରେ ଭାଗ ନେବାକୁ ଯାଉଛି । ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ଦିଲ୍ଲୀରେ ଆୟୋଜିତ ଏହି ପ୍ରତିଯୋଗିତା 2 ଦିନ ଧରି ଚାଲିବ । ଏହି ପ୍ରତିଯୋଗିତାରେ ବୁଦ୍ଧାଦିତ୍ୟ ସିନିୟର ଯୁବକମାନଙ୍କ ସହ ଦୌଡିବ । ଯେଉଁଥିରେ ତାଙ୍କୁ 6 ଘଣ୍ଟାରେ 50 କିମି ଶେଷ କରିବାକୁ ପଡିବ । ଦୃଢ ଇଚ୍ଛାଶକ୍ତି ଓ ମନୋବଳ ବୁଦ୍ଧାଦିତ୍ୟଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ବୋଲି ପରିବାର ଲୋକେ ଆଶାବାଦୀ ରହିଛନ୍ତି ।