ଓଡିଶା

odisha

ETV Bharat / city

ପୌର ଫାଇଟ: ବିକାଶକୁ ସହରାଞ୍ଚଳବାସୀ ଗ୍ରହଣ କରିବେ କହିଲେ ଅମର - ପୌର ନିର୍ବାଚନ ନେଇ ବିଜେଡିର ପ୍ରତିକ୍ରିୟା

ପଞ୍ଚାୟତ ପରେ ପୌର ଦଖଲ କରିବ ବିଜେଡି । ସାମଗ୍ରିକ ବିକାଶ ନାଁ ସହରବାସୀ ଦେବେ ଭୋଟ । ଏହା କହିଛନ୍ତି ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ବିକାଶକୁ ଗ୍ରହଣ ସହରାଞ୍ଚଳବାସୀ କରିବେ କହିଲେ ଅମର
ପୌର ଫାଇଟ: ବିକାଶକୁ ଗ୍ରହଣ ସହରାଞ୍ଚଳବାସୀ କରିବେ କହିଲେ ଅମର

By

Published : Mar 17, 2022, 9:18 PM IST

ଭୁବନେଶ୍ବର:ପଞ୍ଚାୟତ ପରେ ପୌର ଦଖଲ କରିବ ବିଜେଡି । ସାମଗ୍ରିକ ବିକାଶ ନାଁରେ ସହରବାସୀ ଦେବେ ଭୋଟ । ଆଖିଦୃଶିଆ ବିକାଶକୁ ସହରବାସୀ ଗ୍ରହଣ କରିବେ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ।

ପୌର ଫାଇଟ: ବିକାଶକୁ ଗ୍ରହଣ ସହରାଞ୍ଚଳବାସୀ କରିବେ କହିଲେ ଅମର

ପଞ୍ଚାୟତ ପରେ ବିଜେଡିର ପୌର ଦଖଲ ଅଭିଯାନ ଜୋରଦାର ହୋଇଛି । ସହରାଞ୍ଚଳରେ ଦଳ ଜାରି ରଖିଛି ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ବିଜେଡି ନେତା । ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନରେ ଫଳାଫଳ ପୁନରାବୃତ୍ତି ହେବ ବୋଲି କହିଛି ବିଜୁ ଜନତା ଦଳ । ସହରାଞ୍ଚଳ ଭୋଟର ସଚେତନ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିଜେଡି ବିଧାୟକ ।

ଆଖିଦୃଶିଆ ବିକାଶ କାର୍ଯ୍ୟକ୍ରମକୁ ସେମାନେ ଗ୍ରହଣ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଗ୍ରାମାଞ୍ଚଳ ଲୋକ ଗ୍ରହଣ କରିଛନ୍ତି । ସହରାଞ୍ଚଳ ଲୋକ ବି ଗ୍ରହଣ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details