ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ମହାମାରୀ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ମତ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । କୋଭିଡର ବର୍ତ୍ତମାନ ପରିସ୍ଥିତି ଉପରେ ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଆମେ ୧୦୦ ବର୍ଷ ପରେ ଏଭଳି ମହାମାରୀର ସାମ୍ନା କରିଛେ, ଯାହାର ମୁକାବିଲା ପାଇଁ ରାଜ୍ୟ କି କେନ୍ଦ୍ର ସରକାର କେହି ବି ପ୍ରସ୍ତୁତ ନଥିଲେ । ଆମ ପାଖରେ ସର୍ବବ୍ୟାପୀ ମହାମାରୀର କୌଣସି ଆଇନ ନଥିଲା । ଆମ ପାଖରେ କେବଳ ଏପିଡେମିକ ଡିଜିଜ୍ ଆକ୍ଟ(୧୮୯୭) ଓ ବିପର୍ଯ୍ୟୟ ପରିଚାଳନା ଆଇନ(୨୦୦୫) ରହିଥିଲା ।
ଅମର କହିଛନ୍ତି, ମହାମାରୀରେ ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି । ଏଥିରୁ କେହିବି ବର୍ତ୍ତିପାରିନାହାଁନନ୍ତି । ପ୍ରତ୍ୟେକ ଦିନ ଶିଖିବାର ବିଷୟ । ଏଣୁ ସିଷ୍ଟମ ଏକ ଗତିଶିଳ ରଣୀତିର ଆବଶ୍ୟକ କରୁଥିବା କହିଛନ୍ତି ଅମର ।
ଦିନକୁ ଦିନ ଭାଇରସର ନୂଆ ଭ୍ୟାରିଆଣ୍ଟ ସାମ୍ନାକୁ ଆସୁଛି । ମହାମାରୀର କୌଣସି ରାଜନୀତିକରଣ ନହେବା ଦରକାର । ଏହି ସମୟରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସହଭାଗିତା ହେଉଛି ସର୍ବୋଚ୍ଚ ଗୁରୁତ୍ବପୂର୍ଣ୍ଣ ବିଷୟ । ସ୍ବାସ୍ଥ୍ୟ କେବଳ ଦେଶ କି ରାଜ୍ୟର ବିଷୟ ନୁହେଁ । ଏଥିରୁ ଜଣକୁ ଏକୁଟିଆ ଏହି ଦାୟିତ୍ବ ହସ୍ତାନ୍ତର କରିଦେଲେ ଏହା ସମ୍ଭାଳିବା ମୁସ୍କିଲ । କେବଳ ସେତେକି ନୁହେଁ, ଯଦି ଉଭୟ ରାଜ୍ୟ ଓ କେନ୍ଦ୍ରକୁ ବି ଏକାସାଙ୍ଗରେ ଏହି ଦାୟିତ୍ବ ଦିଆଯାଏ, ତାହେଲେ ବି ଏହାକୁ ସମ୍ଭାଳିବା ଅସମ୍ଭବ ହୋଇପଡିବ । କାରଣ ଜନସମୁଦାୟ ଏଥିରେ ବଡ ଫ୍ୟାକ୍ଟର । ତେବେ ଅମରଙ୍କ କହିବାନୁଯାୟୀ, ସମସ୍ତଙ୍କ ସହଭାଗିତାରେ ସଠିକ ପରିଚାଳନା ହୋଇପାରିବ ।