ଓଡିଶା

odisha

ରାଜ୍ୟସଭା RACକୁ ମନୋନୀତ ହେଲେ ଅମର ପଟ୍ଟନାୟକ

By

Published : Apr 18, 2021, 5:25 PM IST

ରାଜ୍ୟସଭା RACକୁ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ । ରାଜ୍ୟସଭା ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ଅମରଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ ମନୋନୀତ କରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟସଭା RACକୁ ମନୋନୀତ ହେଲେ ଅମର ପଟ୍ଟନାୟକ
ରାଜ୍ୟସଭା RACକୁ ମନୋନୀତ ହେଲେ ଅମର ପଟ୍ଟନାୟକ

ଭୁବନେଶ୍ବର: ଓଡିଶା ସାଂସଦଙ୍କୁ ଆଉ ଏକ ବଡ଼ ସଫଳତା । ରାଜ୍ୟସଭା RACକୁ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ । ରାଜ୍ୟସଭା ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ଅମରଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ ମନୋନୀତ କରିଛନ୍ତି ।

ରାଜ୍ୟସଭା RACକୁ ମନୋନୀତ ହେଲେ ଅମର ପଟ୍ଟନାୟକ

ରାଜ୍ୟସଭା ଅନୁସନ୍ଧାନ ଏବଂ ଅଧ୍ୟୟନ ଯୋଜନା(ଆରଏସଆରଏସ) ଅନୁଯାୟୀ, ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଡକ୍ଟର ଏସ୍ ରାଧାକ୍ରିଷ୍ଣନ୍ ଚେୟାର ଏବଂ ରାଜ୍ୟସଭା ଫେଲୋସିପ୍ କାର୍ଯ୍ୟରେ ସହାୟତା କରିବାକୁ RAC ଗଠନ କରାଯାଇଛି । RAC 5 ଜଣ ସଦସ୍ୟଙ୍କୁ ନେଇ ଗଠିତ ।

ଆରଏସି ସଦସ୍ୟଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ମନୋନୀତ କରିଥାଆନ୍ତି । ଏଥିରେ ଦୁଇଜଣ ରାଜ୍ୟସଭା ସଦସ୍ୟ, ଦୁଇଜଣ ବିଶିଷ୍ଟ ଶିକ୍ଷାବିତ ଓ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ ସଦସ୍ୟ ହୋଇଥାନ୍ତି । ଆରଏସିର କାର୍ଯ୍ୟକାଳ ଦୁଇ ବର୍ଷ ।

ପୂର୍ବରୁ ପ୍ରଶାସନିକସ୍ତରରେ ନିଜର ଦକ୍ଷତା ଓ ପରିଦର୍ଶିତା ପ୍ରତିପାଦିତ କରିଛନ୍ତି ଅମର । ପରେ ସେ ରାଜନୀତିକୁ ପ୍ରବେଶ କରିଥିଲେ । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ଯାଇଛନ୍ତି ଅମର । ଗୃହରେ ତଥ୍ୟ ଭତ୍ତିକ ପ୍ରଶ୍ନ ତାଙ୍କ ପାରଦର୍ଶିତାକୁ ପ୍ରମାଣିତ କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details