ହାଇଦ୍ରାବାଦ: ମିଥ୍ୟା ଆରୋପ ଲଗାଇବାର ଅଧିକାର କାହାର ନାହିଁ । ତେଣୁ ମୁଁ ନୀରବତା ଭାଙ୍ଗିବାକୁ ଯାଉଛି ବୋଲି ସୋସିଆଲ ମିଡ଼ିଆରେ ନିଜର ମତ ପ୍ରକାଶ କରିଛନ୍ତି ଓଡିଆ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
ସାଂସଦ ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ପରେ ଗଣ ମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ବର୍ଷା । ସେପଟେ ଅନୁଭବ ପଟିଆଲା ହାଉସକୋର୍ଟରେ ନିଜର ପିଟିସନ ଦାଖଲ କରିବା ସହ ବର୍ଷାଙ୍କ ବିରୋଧରେ ଯୋଡ଼ିଛନ୍ତି ଅଭିଯୋଗର ଲମ୍ବା ଫର୍ଦ୍ଦ ।