ଓଡିଶା

odisha

ETV Bharat / city

ରାଜଧାନୀରେ ଅଜନ୍ତା ଏଲୋରା ଗୁମ୍ଫା - ଦଶହରା ତୋରଣ

ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାରରେ ଏଲୋରା ଗୁମ୍ପା । ଶାରଦୀୟ ଦୁର୍ଗା ପୂଜାରେ ଅବିକଳ ଏଲୋରା ଗୁମ୍ପା ପ୍ରସ୍ତୁତ କରିଛନ୍ତି ପୂଜା କମିଟି । ଯାହା ଦେଖଣାହାରୀଙ୍କ ମନ କିଣି ପାରିଛି ।

ରାଜଧାନୀରେ ଅଜନ୍ତା ଏଲରା ଗୁମ୍ଫା

By

Published : Oct 8, 2019, 2:28 PM IST

ଭୁବନେଶ୍ବର: ଶାରଦୀୟ ଦୁର୍ଗା ପୂଜାରେ ଚଳିତ ବର୍ଷ ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପ ତିଆରି କରିଛି ଏଲୋରା ଗୁମ୍ପା । ଅବିକଳ ଏଲୋରା ଗୁମ୍ପାରେ ଶୋଭା ପାଉଛି ଆଦିମ ମାନବର ଛବି । ଏଥିସହ ଆଦିବାସୀ ଲୋକମାନଙ୍କର ଚଳଣିକୁ ନେଇ ଭିନ୍ନ ରୂପରେ ପ୍ରଦର୍ଶିତ କରାଯାଇଛି । ଇତିହାସର ପ୍ରଚ୍ଛଦ ପଟକୁ ଅତି ଚମତ୍କାର ରୂପରେ ଦର୍ଶାଯାଇଥିବାବେଳେ ଦେଖଣାହାରୀଙ୍କ ମନ କିଣିପାରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରାୟ 15 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ଏହି ଗୁମ୍ପାଟିକୁ ତିଆରି କରାଯାଇ ଥିବାବେଳେ ସେ ସମୟରେ ଆଦିମ ଦୁନିଆରେ ଲୋକେ କିଭଳି ଚଳପ୍ରଚଳ କରୁଥିଲେ ଏବଂ କେଉଁ ଖାଦ୍ୟ ଖାଉଥିଲେ ତାହାକୁ ବେଶ ସୁନ୍ଦର ଭାବରେ ଦର୍ଶାଯାଇଛି । ଏଲୋରା ଗୁମ୍ପା ସର୍ବ ପୁରାତନ ଗୁମ୍ପା ହେଇଥିବାବେଳେ ରାଜଧାନୀରେ ଏହାର ନକଲ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ତେବେ ଏଲୋରା ଗୁମ୍ପା ଦର୍ଶକଙ୍କ ମନକୁ ଛୁଇଁ ପାରିଥିବା ବେଳେ ଇତିହାସ ମନେ ପକାଇ ପାରିଥିବାରୁ ପୂଜା କମିଟିକୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ଧର ଷ୍ଟେସନ ବଜାର ପୂଜା ମଣ୍ଡପ ଅଢେଇ କ୍ବିଣ୍ଟାଲ ଚାନ୍ଦି ଓ ଦେଢ କିଲୋଗ୍ରାମର ସୁନା ବ୍ୟବହାର ହୋଇଛି । ତେବେ ଏଥରର ବଜେଟ 30ରୁ 35 ଲକ୍ଷ ଟଙ୍କା ହୋଇଥିବାବେଳେ ମୁଖ୍ୟ ଆକର୍ଷଣ ପାଲଟିଛି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details