ଓଡିଶା

odisha

କୋଭିଡ ପାଇଁ ନାହିଁ ନିର୍ଦ୍ଦିଷ୍ଟ ଉପଚାର, ଏଲୋପାଥିକ ସହ ଖାଇପାରିବ ହୋମିଓପାଥିକ

କୋଭିଡ ସଂକ୍ରମିତ ରୋଗୀଙ୍କ ହୋମିଓପାଥିକ ମେଡିସିନ ଆବଶ୍ୟକ ଅଛି କି ନାହିଁ ସେନେଇ ଅଧିକ ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ଦାସ । ଅଧିକ ପଢନ୍ତୁ

By

Published : Feb 5, 2022, 9:04 PM IST

Published : Feb 5, 2022, 9:04 PM IST

କୋଭିଡ ପାଇଁ ନାହିଁ ନିର୍ଦ୍ଦିଷ୍ଟ ଉପଚାର, ଏଲୋପାଥିକ ସହ ଖାଇପାରିବ ହୋମିଓପାଥିକ: ଡ. ରାଜେନ୍ଦ୍ର ଦାସ
କୋଭିଡ ପାଇଁ ନାହିଁ ନିର୍ଦ୍ଦିଷ୍ଟ ଉପଚାର, ଏଲୋପାଥିକ ସହ ଖାଇପାରିବ ହୋମିଓପାଥିକ: ଡ. ରାଜେନ୍ଦ୍ର ଦାସ

ଭୁବନେଶ୍ବର: କୋଭିଡ ସଂକ୍ରମିତ ରୋଗୀଙ୍କ ହୋମିଓପାଥିକ ମେଡିସିନ ଆବଶ୍ୟକ ଅଛି କି ନାହିଁ ସେ ବାବଦରେ ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ଦାସ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା କୋଭିଡର ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତର ଦାସ ଏନେଇ ସବିଶେଷ ଆଲୋଚନା କରିଛନ୍ତି ।

କୋଭିଡ ପାଇଁ ନାହିଁ ନିର୍ଦ୍ଦିଷ୍ଟ ଉପଚାର, ଏଲୋପାଥିକ ସହ ଖାଇପାରିବ ହୋମିଓପାଥିକ: ଡ. ରାଜେନ୍ଦ୍ର ଦାସ

ଡାକ୍ତର ଦାସ କହିଛନ୍ତି ଯେ, ହୋମିଓପାଥିକ ହେଉଛି ଅଗ୍ରଣୀ ଚିକିତ୍ସା । କୋଭିଡ ବିରୋଧରେ ଇମ୍ୟୁନ ବୁଷ୍ଟ ଔଷଧ ବ୍ୟବହାର ପାଇଁ ଅସ୍ତ୍ର ଭାବରେ ଏହାକୁ ଗ୍ରହଣ କରାଯାଇଛି । କୌଣସି ହୋମିଓପାଥିକ ଔଷଧ ଖାଇବା ଦ୍ବାରା କୋଭିଡ ସମ୍ପୂର୍ଣ୍ଣ ଦୂର ହୁଏନାହିଁ । ଏହାର ଭୂମିକା ହେଉଛି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା । ଯାହା ଦ୍ୱାରା କୋଭିଡରେ ଆକ୍ରାନ୍ତ ହେବା ଆଶଙ୍କା ଖୁବ୍ କମ୍ ।

ଯଦି ବି ଆକ୍ରାନ୍ତ ହୁଅନ୍ତି ତେବେ ଗୁରୁତର ହେବା ଆଶଙ୍କା ନଥାଏ । ଭାରତ ସରକାରଙ୍କର ଗାଇଡଲାଇନ ଅନୁସାରେ ଘରୋଇ ସଂଗରୋଧରେ ହୋମିଓପାଥିକ ଔଷଧ ଦିଆଯାଇଛି । କୋଭିଡ ପରିଚାଳନାରେ ହୋମିଓପାଥିକ ଔଷଧର କିଛି ଯୋଗଦାନ ବା ଉପଯୋଗୀତା ରହିଛି । ଗୃହ ପୃଥକବାସରେ ଯେଉଁମାନେ ସାମାନ୍ୟ ଲକ୍ଷଣ ଥିବେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଔଷଧ ଦେଇପାରିବା । ବିନା ଲକ୍ଷଣ ଯୁକ୍ତ ପଜିଟିଭ ଲୋକଙ୍କୁ ଆରସେନିକ ଆଲବମ 30 ଔଷଧ ଦୈନିକ 2 ଥର ଏକ ସପ୍ତାହ ଦିଆଯିବ । ଯେଉଁ ଲୋକମାନେ ଲକ୍ଷଣ ଯୁକ୍ତ ହୋଇଥିବେ ସେମାନଙ୍କ ପାଇଁ ଗୁରୁତର ଓ ଡାକ୍ତରଙ୍କ ପରାମର୍ଶରେ ଔଷଧ ଦିଆଯିବ ।

ଯଦି ଅଧିକ ଦିନ ଧରି ଜ୍ୱର ଲାଗି ରହୁଛି ତେବେ ସ୍ୱଡ୍ରମ ଔଷଧ ଦିଆଯିବ । ପୋଷ୍ଟ କୋଭିଡ ପରେ କାଶ ହେଉ ବା ଜ୍ୱର ହେଉ ତାହା ପାଇଁ ମଧ୍ୟ ମେଡିସିନ୍ ରହିଛି । ବ୍ରାଅନିଆ, ରିମେକ୍ସ ଭଳି ଔଷଧ ଦିଆଯାଉଛି । ଯେଉଁ ଲୋକଙ୍କର ଶୁଖିଲା କାଶରେ କଫ ବାହାରୁଛି ତାଙ୍କୁ ପଲସିଟିଲା, ଷ୍ଟାନୋ ମେନ, କାରଭୋଭେଟ ଭଳି ମେଡିସିନ ଦିଆଯିବ । ଗୋଟିଏ ନିର୍ଦ୍ଦିଷ୍ଟ ରୋଗ ପାଇଁ ଅନେକ ଔଷଧ ଆବଶ୍ୟକ ହୋଇପାରେ । ଜଣେ ଅଭିଜ୍ଞ ଡାକ୍ତରଙ୍କ ଠାରୁ ଔଷଧ ସେବନ କରାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦାସ ।

ସେହିପରି ଏଲୋପାଥିକ ଖାଇବା ପରେ ମଧ୍ୟ ହୋମିଓପାଥିକ ଖାଇପାରିବେ । ଭିଟାମିନ ଔଷଧ ସମେତ ହୋମିଓପାଥିକ ଔଷଧ ଖାଇପାରିବେ । କେବଳ କେମୋ ନେଉଥିବା ବ୍ୟକ୍ତିଙ୍କ(କ୍ୟାନସର ପୀଡିତ) ପାଇଁ ହୋମିଓପାଥିକ ଚିକିତ୍ସା ଫଳପ୍ରଦ ହୁଏନାହିଁ । ତେବେ ହୋମିଓପାଥିକ ଚିକିତ୍ସା ଦ୍ବାରା ରୋଗ ବୃଦ୍ଧି ପାଇବା ଗୁଜବ ତଥ୍ୟାଭିତ୍ତିକ ନୁହେଁ । ଏହା ଏକ ଭ୍ରାନ୍ତ ଧାରଣା ବୋଲି ଡାକ୍ତର କହିଛନ୍ତି ।

ରୋଗୀମାନେ କିଛି ବର୍ଷ ଧରି ଏଲୋପାଥିକ ଔଷଧ ଖାଉଥାନ୍ତି ହଠାତ ଏହାକୁ ବନ୍ଦ କରି ହୋମିଓପାଥିକ ଔଷଧ ଖାଇବା ଦ୍ୱାରା ହଠାତ ଏହା କାମ କରିନଥାଏ । ଏହି ରୋଗଟି ହଠାତ ବଢିଯାଏ । ଗୁରୁତର ରୋଗୀଙ୍କ ପାଇଁ ହୋମିଓପାଥିକ ଚିକିତ୍ସା କରାଯିବ ନାହିଁ । ସେହି ରୋଗୀଙ୍କୁ ଅଧିକ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details