ଓଡିଶା

odisha

ETV Bharat / city

ଶୁଣୁନି ବିଡିଏ, ଆତ୍ମାହୁତି ଦେବାକୁ ଚେତାବନୀ - ଚାକିରିରେ ଥଇଥାନ ସହାୟତା

ଥଇଥାନ ସହାୟତା ସ୍କିମରେ ଚାକିରିରେ ଥଇଥାନ ନକରି ହତାଦର କରୁଛି ବିଡିଏ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦୀର୍ଘ 9 ବର୍ଷ ହେଲା ଗୁହାରି କରୁଥିଲେ ବି କୌଣସି ଫଳ ମିଳୁନାହିଁ । ତୁରନ୍ତ ସରକାର ଥଇଥାନ କରନ୍ତୁ ନଚେତ ଆମରଣ ଅନଶନ କରାଯିବା ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଅଭିଯୋଗକାରିଣୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Sep 16, 2019, 5:30 PM IST

ଭୁବନେଶ୍ବର: ଥଇଥାନ ସହାୟତା ସ୍କିମରେ ଚାକିରିରେ ଥଇଥାନ ନକରି ହତାଦର କରୁଛି ବିଡିଏ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦୀର୍ଘ 9 ବର୍ଷ ହେଲା ଗୁହାରି କରୁଥିଲେ ବି କୌଣସି ଫଳ ମିଳୁନାହିଁ । ଆଜି ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ବରର ବିଡିଏରେ ଚାକିରି ପାଇଁ ଆବେଦନ କରିଥିବା ଜଣେ ଆବେଦନକାରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବାପାଙ୍କ ଚାକିରିରେ ଥଇଥାନ ସହାୟତା ସ୍କିମରେ ଦୀର୍ଘ ବର୍ଷ ହେଲା ଆବେଦନ କରିଥିଲେ ହେଁ କଥା କେହି ଶୁଣୁନାହାଁନ୍ତି । ତତ୍କାଳୀନ ବିଡିଏ ଉପାଧ୍ୟକ୍ଷ କିଷନ କୁମାରଙ୍କୁ ଭେଟି ପ୍ରାୟ ୪୦ ରୁ ଊର୍ଦ୍ଧ୍ବ ପିଲା ଚାକିରି ଖଣ୍ଡେ ପାଇବାକୁ ନିବେଦନ କରିଥିଲୁ । ହେଲେ ଏକଥା କାନରେ ପଡି ମଧ୍ୟ କେହି ଶୁଣୁନାହାଁନ୍ତି ।

ଆମ ସ୍ବରକୁ ଆମ କେସକୁ ଚାପି ଦିଆଗଲା । ଆଗରୁ ଏହି ଆରଏଏସ ସ୍କିମରେ ଅନେକ ପିଲାଙ୍କୁ ଚାକିରି ଦିଆଯାଇଛି, କିନ୍ତୁ ଆମ ପାଇଁ କାହିଁକି ସରକାର ଏଭଳି ପକ୍ଷପାତିତା ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆବେଦନକାରୀ ପ୍ରଭାସ୍ମିତା । ସରକାରଙ୍କ ନିୟମ ମୁତାବକ ବାପାଙ୍କ ମୃତ୍ୟୁ ପରେ ପୁଅ ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ କୁ ଥଇଥାନ ଆଧାରରେ ଚାକିରି ଦିଆଯିବା କଥା ହେଲେ ଦୀର୍ଘ ୧୦ ବର୍ଷ ହେଲା କେହି ଶୁଣୁନାହାଁନ୍ତି ।

ତେବେ ତୁରନ୍ତ ସରକାର ଥଇଥାନ କରନ୍ତୁ ନଚେତ ଆମରଣ ଅନଶନ କରାଯିବା ସହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ଅଭିଯୋଗକାରିଣୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details