ଓଡିଶା

odisha

ETV Bharat / city

ଘରୋଇ ସ୍କୁଲରେ ବେଆଇନ ପୁସ୍ତକ ବିକ୍ରି ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲା NCPCR - ଘରୋଇ ଶିକ୍ଷାନୁଷ୍ଠାନ

କିଛି ଘରୋଇ ବିଦ୍ୟାଳୟ ଶିକ୍ଷା ଅଧିକାର ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ଏନ୍‌ସିପିସିଆର ପକ୍ଷରୁ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ଘରୋଇ ଶିକ୍ଷାନୁଷ୍ଠାନରେ ବେଆଇନ ପୁସ୍ତକ ବିକ୍ରି ଅଭିଯୋଗ
ଘରୋଇ ଶିକ୍ଷାନୁଷ୍ଠାନରେ ବେଆଇନ ପୁସ୍ତକ ବିକ୍ରି ଅଭିଯୋଗ

By

Published : Feb 3, 2021, 2:57 PM IST

ଭୁବନେଶ୍ବର: କିଛି ଘରୋଇ ବିଦ୍ୟାଳୟ ଗୁଡ଼ିକ ଶିକ୍ଷା ଅଧିକାର ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ଏନ୍‌ସିପିସିଆର ପକ୍ଷରୁ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଥିବା ଡିଏଭି ସ୍କୁଲ ଗୁଡ଼ିକରେ ଏନ୍‌ସିପିସିଆର ପାଠ୍ୟକ୍ରମକୁ ଠିକ୍ ଭାବେ ଲାଗୁ କରାଯାଉ ନ ଥିବା ନେଇ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର) ନିକଟରେ ଅଭିଯୋଗ କରିଥିଲେ।

ଘରୋଇ ଶିକ୍ଷାନୁଷ୍ଠାନରେ ବେଆଇନ ପୁସ୍ତକ ବିକ୍ରି ଅଭିଯୋଗ

ଏହାକୁ ଆଧାର କରି ଏସିପିସିଆର ପକ୍ଷରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବଙ୍କଠାରୁ ରିପୋର୍ଟ ମଗାଯାଇଛି। ଆୟୋଗର ରେଜିଷ୍ଟାର ଅନୁ ଚୌଧୁରୀ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଡିଏଭି ବିଦ୍ୟାଳୟ ଗୁଡ଼ିକ ଦ୍ଵାରା ଶିକ୍ଷା ଅଧିକାର ଆଇନ-2009ର ଧାରା 29କୁ ଉଲ୍ଲଂଘନ କରାଯାଇଛି।

ଉକ୍ତ ସ୍କୁଲ ଗୁଡ଼ିକ ଏନ୍‌ସିପିସିଆର ପାଠ୍ୟକ୍ରମ ଅନୁସରଣ ନକରି ନିମ୍ନମାନର ବହି ସମେତ ନିଜସ୍ବ ବ୍ରାଣ୍ଡ୍ ପୁସ୍ତକ ବ୍ୟବହାର କରିବାକୁ କହୁଥିବା ଭଟ୍ଟ ଅଭିଯୋଗ କରିଛନ୍ତି । ତେଣୁ ଅଭିଯୋଗର ତଦନ୍ତ କରି ଆସନ୍ତା ୩୦ ଦିନ ମଧ୍ୟରେ ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details