ଓଡିଶା

odisha

ETV Bharat / city

ସରକାରୀ ଓକିଲ ପଦବୀ ନିଯୁକ୍ତିରେ ପକ୍ଷପାତିତା ଅଭିଯୋଗ, ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ - ଆଇନ ଛାତ୍ରଛାତ୍ରୀ

ସରକାରୀ ଓକିଲ ପଦବୀ ନିଯୁକ୍ତି ପାଇଁ ଯୋଗ୍ୟତାରେ ପକ୍ଷପାତିତା ଆଭିଯୋଗ ଆଣି ପ୍ରତିବାଦ କଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ସରକାରୀ ଓକିଲ ପଦବୀ ନିଯୁକ୍ତିରେ ପକ୍ଷପାତିତା ଅଭିଯୋଗ , ବିକ୍ଷୋଭ ପଦର୍ଶନ କଲେ ଆଇନ ଛାତ୍ରଛାତ୍ରୀ
ସରକାରୀ ଓକିଲ ପଦବୀ ନିଯୁକ୍ତିରେ ପକ୍ଷପାତିତା ଅଭିଯୋଗ , ବିକ୍ଷୋଭ ପଦର୍ଶନ କଲେ ଆଇନ ଛାତ୍ରଛାତ୍ରୀ

By

Published : Aug 5, 2021, 12:20 PM IST

ଭୁବନେଶ୍ବର: ସରକାରୀ ଓକିଲ ପଦବୀ ନିଯୁକ୍ତି ପାଇଁ ଯୋଗ୍ୟତାରେ ପକ୍ଷପାତିତା କରାଯାଉଛି । ଏଭଳି ସାଙ୍ଗାତିକ ଆଭିଯୋଗ ଆଣି ପ୍ରତିବାଦ କଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ରଛାତ୍ରୀ । ଏନେଇ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ହାତରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।

ସରକାରୀ ଓକିଲ ପଦବୀ ନିଯୁକ୍ତିରେ ପକ୍ଷପାତିତା ଅଭିଯୋଗ , ବିକ୍ଷୋଭ ପଦର୍ଶନ କଲେ ଆଇନ ଛାତ୍ରଛାତ୍ରୀ

କୋରୋନା ଯୋଗୁଁ ସବୁଆଡେ ଲକଡାଉନ ସଟଡାଉନ ଜାରି ରହିଥିବା ବେଳେ କୋର୍ଟ କଚେରୀ ମଧ୍ୟ ବନ୍ଦ ରହିଥିଲା । ଏହି ସମୟରେ ରାଜ୍ୟ ସରକାର ଲୋକସେବା ଆୟୋଗ କଟକ ମାଧ୍ୟମରେ ୪୬ ଟି ସହକାରୀ ସରକାରୀ ଓକିଲ ପଦବୀ ପାଇଁ ୨୦୧୧-୨୨ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । କିନ୍ତୁ ଦୁଃଖର ବିଷୟ ଏଥିରେ ଯୋଗ୍ୟତା ମାନଦଣ୍ଡରେ ପକ୍ଷପାତିତା କରାଯାଇଛି । କାରଣ ପାଞ୍ଚ ବର୍ଷ ପୂର୍ବରୁ ୨୦୧୬ -୧୭ ମସିହାରେ ଯେତେବେଳେ ବିଜ୍ଞାପନ ଏହି ପଦବୀ ପାଇଁ ବାହାରିଥିଲା ସେତେବେଳେ ଯୋଗ୍ୟତା ମାନଦଣ୍ଡ ଯେକୌଣସି ଆଇନ ଡିଗ୍ରୀଧାରୀ ସ୍ନାତକ ଥିଲା । କିନ୍ତୁ ପାଞ୍ଚ ବର୍ଷ ପରେ ପରବର୍ତ୍ତୀ ବିଜ୍ଞାପନ ବାହାରିଛି ଯେଉଁଥିରେ କି ଅତିରିକ୍ତ ଭାବେ ଦୁଇ ବର୍ଷର ଓକିଲାତି ଅଭିଜ୍ଞତା ଆବଶ୍ୟକ। ଯାହାକୁ ନେଇ ବିକ୍ଷୋଭ କରିଛନ୍ତି ଆଇନ ଛାତ୍ରଛାତ୍ରୀ ।

ତେବେ ଏଥିରେ ଯୋଗ୍ୟତାରେ ପକ୍ଷପାତିତା କରାଯାଉଛି ଏବଂ ପୂର୍ବଭଳି ଏଥର ମଧ୍ୟ ଯୋଗ୍ୟତା ଆଇନ ଡିଗ୍ରୀଧାରୀ ସ୍ନାତକ ରହୁ ଏବଂ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଉ ବୋଲି ଦାବି କରିଛନ୍ତି ଆଇନ ଛାତ୍ରଛାତ୍ରୀ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details