ଭୁବନେଶ୍ବର: ଭୁବନେଶ୍ବର ଡିସିପିଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଏକ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ନେଇ ଡିସିପି ଅନୁପ ସାହୁଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ପଦବୀରୁ ହଟାଇବାକୁ ମଧ୍ୟ ଗୃହ ବିଭାଗକୁ ଅନୁରୋଧ କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ଏହାପରେ 2006 ବ୍ୟାଚର ଆଇପିଏସ ଅଫିସର ତଥା ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟକଳାପ ଏବେ ପ୍ରଶ୍ନ ଘେରକୁ ଆସିଛି ।
ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ କନେକ୍ସନ, ଡିଜି ପୋଲିସକୁ ଚିଠି ଲେଖିଲା ଗୃହ ବିଭାଗ - allegation on bhubaneswar dcp
ଭୁବନେଶ୍ବର ଡିସିପିଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଏକ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ନେଇ ଡିସିପି ଅନୁପ ସାହୁଙ୍କ ନାଁରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଡିସିପିଙ୍କ ନେକ୍ସସ
ଗତବର୍ଷ ଅକ୍ଟୋବରରେ 23ରେ ଖଣ୍ଡଗିରି ଥାନାରେ କେସ ନଂ 372ରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ ଭୁବନେଶ୍ବର ଡିସିପି । ଏପିରିକି ଥାନାରେ ପୀଡିତାଙ୍କ ଏତଲା ଦାୟର ସତ୍ତ୍ବେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରି ଡିସିପି ପ୍ରସୟ ଦେଇଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ । ଯାହାକୁ ନେଇ ସେ ଜାତୀୟ ମାନବାଧିକାର କମିଶନ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଅଭିଯୋଗ ପଠାଇଥିଲେ । ସେପେଟ ଘଟଣାକୁ ନେଇ ଡିସିପିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Dec 10, 2019, 3:29 AM IST