ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରତିବାଦ କରିବାକୁ ଯୁବ କଂଗ୍ରେସ ନବୀନ ନିବାସ ଯାଉଥିବା ବେଳେ ମହିଳା କର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ମହିଳା କର୍ମୀମାନଙ୍କୁ ପୋଲିସ ଉଠାଇନେଉଥିବା ବେଳେ ପୋଲିସ ଏଭଳି ଅସଦାଚରଣ କରିଥିବା କହିଛନ୍ତି ମହିଳା କର୍ମୀ । ଡ୍ରେସ ଚିରି ସେଫ୍ଟିପିନ ଫୁଟାଇ ଅସଦାଚରଣ କରିଥିବା ବେଳେ ଓଢଣୀ ନେଇଯାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମହିଳା କର୍ମୀ।
ନବୀନ ନିବାସ ଘେରାଉ ସମୟରେ ମହିଳା କର୍ମୀଙ୍କୁ ଅସଦାଚରଣ !
ଯୁବ କଂଗ୍ରେସ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରତିବାଦ କରିବାକୁ ନବୀନ ନିବାସ ଯାଉଥିବା ବେଳେ ମହିଳା କର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ଅଧିକ ପଢନ୍ତୁ...
ନବୀନ ନିବାସ ଘେରାଉ ସମୟରେ ମହିଳା କର୍ମୀଙ୍କୁ ଅସଦାଚରଣ ଅଭିଯୋଗ
ଏହାକୁ ନେଇ କର୍ମୀମାନେ ଉଦବେଗ ପ୍ରକାଶ କରିବା ସହ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି । ଆଉ ଧାରଣାରେ ବସି ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । କାରଣ, ଯେଉଁଠି ମହିଳାଙ୍କର ନ୍ୟାୟ ପାଇଁ ପ୍ରତିବାଦ କରିବାକୁ ଆସୁଥିବା ମହିଳା କର୍ମୀ ସୁରକ୍ଷିତ ନୁହନ୍ତି ସେଠାରେ ମମିତା, ଇତିଶ୍ରୀ ଭଳି ମହିଳାଙ୍କୁ କ’ଣ ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ