ଭୁବନେଶ୍ବର: ଶେଷ ହେଲା ପୋଲିସ ଡିଜି ଅଭୟ ଓ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା, କ୍ରାଇମବ୍ରାଞ୍ଚ ଏଡିଜି ଓ ଭିଜିଲାନ୍ସ ଏସଆଇଟି ମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ।
ପୋଲିସ ଡିଜି ଅଭୟ ଏସଆଇଟି ମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । 'ପରୀ' ଘଟଣାର ତଦନ୍ତ ୫ ଦିନ ହୋଇଛି । ୨ ସପ୍ତାହ ମଧ୍ଯରେ ସବୁକିଛି ସାମ୍ନାକୁ ଆସିବ । ସରକାର ଓ ପୋଲିସ ଡିଜିଙ୍କ ଭରସା ତାଙ୍କ ଉପରେ ରହିଥିବା କହିଛନ୍ତି ବୋଥ୍ରା ।
'ଦୁଇ ସପ୍ତାହ ମଧ୍ୟରେ ସାମ୍ନାକୁ ଆସିବ ପରୀ ସତ' ତଦନ୍ତରେ ଯେଉଁମାନଙ୍କ ନାମ ସାମ୍ନାକୁ ଆସୁଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ପଚରାଉଚରା କରାଯାଉଛି ।
ସେପଟେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଆକାଶ ପାଠକଙ୍କ ନାମରେ ହୋଇଥିବା ମାମଲାର ତଦନ୍ତ ଚାଲିଛି। ତଦନ୍ତରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି । ବୈଠକରେ ଭିଜିଲାନ୍ସ ଏସଆଇଟି ମୁଖ୍ଯ ଅମିତୈନ୍ଦ୍ର ସିହ୍ନା ମଧ୍ଯ ଉପସ୍ଥିତ ରହିଥିଲେ । ତେବେ ବୈଠକ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ପୋଲିସ ଡିଜି ଅଭୟ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ