ଓଡିଶା

odisha

ETV Bharat / city

Heat Wave: କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ଚାଲିବ ପରୀକ୍ଷା - ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ନ୍ୟୁଜ

ସ୍କୁଲ, କଲେଜ ଏବଂ ୟୁନିଭରସିଟି ପରେ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ । ଖରା ପାଇଁ ନିଆଗଲା ନିଷ୍ପତ୍ତି । ଅଧିକ ପଢନ୍ତୁ

Heat Wave: କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ଚାଲିବ ପରୀକ୍ଷା
Heat Wave: କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ଚାଲିବ ପରୀକ୍ଷା

By

Published : Apr 27, 2022, 6:00 PM IST

Updated : Apr 27, 2022, 8:58 PM IST

ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର)ଠାରୁ ମେ' 2 ଯାଏଁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । ମାତ୍ର ଚାଲୁ ହିଥିବା ସମସ୍ୟ ପରୀକ୍ଷା ପୂର୍ବପରି ଜାରି ରହିବ ।

କ୍ଲାସ ବନ୍ଦ ରହିଲେ ମଧ୍ୟ ହେବାକୁ ଥିବା ପରୀକ୍ଷା ଚାଲିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ରାଜ୍ୟରେ ଆହୁରି 4 ରୁ 5 ଦିନ ପର୍ଯ୍ୟନ୍ତ ତାତି ରହିବ । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ 40 ଡିଗ୍ରୀ ଉପରେ ତାପମାତ୍ର ରହୁଛି । ତେବେ ପୂର୍ବରୁ ସ୍କୁଲ, କଲେଜ ଏବଂ ୟୁନିଭରସିଟି ବନ୍ଦ ଘୋଷଣା କରାଯାଇ ଥିବାବେଳେ ଆଜି ବୈଷୟିକ ଶିକ୍ଷାଅନୁଷ୍ଠାନ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 27, 2022, 8:58 PM IST

ABOUT THE AUTHOR

...view details