ଭୁବନେଶ୍ବର: ଟୀକାକରଣ ପାଇଁ ଶିକ୍ଷକଙ୍କୁ ଦିଆଯିବ ଅଗ୍ରାଧିକାର । ଗୁରୁଦିବସ ପୂର୍ବରୁ ଶିକ୍ଷକଙ୍କୁ ଟୀକାକରଣ ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରାକାର । ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଟିକା ଦେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
କେତେ ଶିକ୍ଷକ ଟିକା ନେଇଛନ୍ତି ଓ କେତେ ନେଇ ନାହାଁନ୍ତି ସେନେଇ ଏକ ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ୟୁ-ଡାଇସ ପ୍ଲସ ସଫ୍ଟୱେୟାର ମାଧ୍ୟମରେ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମନ୍ୱୟରେ ଟୀକାକରଣ କରାଯିବ । ଏଥିପାଇଁ ଆସନ୍ତାକାଲି ଅତିରିକ୍ତ 11 ଲକ୍ଷ ଟିକା ଆସିବା ପରେ କାର୍ଯ୍ୟ ଆରମ୍ଭ ହେବ । ଯେଉଁଥିରୁ 9 ଲକ୍ଷ 92 ହଜାର 380 କୋଭିସିଲ୍ଡ ଓ 1 ଲକ୍ଷ 24 ହଜାର କୋଭାକ୍ସିନ ଟିକା ରହିଛି ।