ଓଡିଶା

odisha

ଫନି ପାଇଁ ସନ୍ଧ୍ୟା 6ଟା ଯାଏଁ ଖୋଲା ରହିବ ବ୍ୟାଙ୍କ

By

Published : May 8, 2019, 8:03 PM IST

ସଂଧ୍ୟା୬ ଟା ପର୍ଯ୍ୟନ୍ତ ମିଳିବ ବ୍ୟାଙ୍କ ସେବା । ଆରବିଆଇର ସମସ୍ତ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରାଯିବ ବୋଲି କୁହାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ଏଣିକି ସଂଧ୍ୟା୬ ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ମିଳିବ। ଫନିର ପ୍ରଭାବକୁ ଦେଖି ଆରବିଆର ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ଘୂର୍ଣ୍ଣିଝଡ ଫନିର ତାଣ୍ଡବରେ ସବୁକିଛି ଛାରଖାର ହୋଇଯିବା ପରେ ସବୁଦିଗରୁ ବିପନ୍ନଙ୍କୁ ସହାୟତାର ସୁଅ ଛୁଟୁଛି । ଏହାସହ ଆରବିଆଇର ସମସ୍ତ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରାଯିବ ବୋଲି କୁହାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ବିଜୁଳି ସେବା ବ୍ୟାହତ ହୋଇଥିବାରୁ ବ୍ୟାଙ୍କ ସେବା ଗୁଡିକ ବାଧା ପ୍ରାପ୍ତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆରବିଆଇ କତ୍ତୃପକ୍ଷ ବ୍ୟାଙ୍କ ସେବାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଦୈନନ୍ଦିନ ବ୍ୟାଙ୍କିଂ ସମୟ ଅବଧିକୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଢା ଯାଇଛି ।

ସମସ୍ତ ବ୍ୟାଙ୍କ ନିଜ ଶାଖା ମାନଙ୍କରେ ମଇଳା, ଚିରା ଫଟା, ଅଠା ହୋଇ ଲାଗିଯାଇଥିବା ନୋଟ ଗୁଡିକୁ ବଦଳାଇବା ପାଇଁ ଆସୁଥିବା ସର୍ବସାଧାରଣଙ୍କୁ ଠିକ ଭାବେ ମାର୍ଗ ଦର୍ଶନ କରାଇବା ନେଇ ନିର୍ଦ୍ଦେଶ ଦେଇଛି ବ୍ୟାଙ୍କ । ରାଜ୍ୟରେ ସମସ୍ତ ବ୍ୟାଙ୍କ ଗୁଡିକରେ ନୋଟ ଓ କଏନ ଆବଶ୍ୟକତା ଅନୁଯାୟୀ ମହଜୁଦ ରଖାଯାଇଛି ।

ବ୍ୟାଙ୍କ ସେବାକୁ ସକ୍ରିୟ କରିବା ପାଇଁ ପଦକ୍ଷେପ ନେବା ସହିତ ନୋଟ ବିନିମୟ କାର୍ଯ୍ୟ ଅବଧି ବୃଦ୍ଧି କରାଯାଇଛି । ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଆରବିଆଇ ଦ୍ୱାରା ନିୟନ୍ତ୍ରିତ ସମସ୍ତ ବ୍ୟାଙ୍କ ଗୁଡିକ ଓଡିଶାବାସୀଙ୍କ ସହିତ ରହିବ । ପୁରୀକୁ ବାଦ ଦେଲେ ପ୍ରାୟ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ ଏଟିଏମ ସେବା ଠିକ ଅଛି । ୧୪ ଟି କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ ଥିବା ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ଆଞ୍ଚଳିକ ନିର୍ଦ୍ଦେଶକ ମହେଶ କୁମାର ମଲ୍ଲ କହିଛନ୍ତି।

ତେବେ ରାଜ୍ୟରେ ସଙ୍ଗଠିତ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାଵରେ ୧୪ ଟି ଜିଲ୍ଲା ପ୍ରଭାବିତ ହୋଇଛି । ସେଥିମଧ୍ୟରୁ ପୁରୀ, କଟକ, ଭୁବନେଶ୍ୱର ସର୍ବାଧିକ କ୍ଷତ୍ରିଗ୍ରସ୍ତ ହୋଇଛି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details