ଓଡିଶା

odisha

ETV Bharat / city

'ସାଧାରଣ ଖାଉଟି ଏବଂ ଶିଳ୍ପ ସଂସ୍ଥା ସରକାରଙ୍କ ପାଇଁ ସଭିଏଁ ସମାନ' - ସେସୁ ବକେୟା ବିଲ ପୈଠ

ଜାନୁଆରୀ 15 ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ ପୈଠ ନକଲେ ବିଦ୍ୟୁତ୍‌ ସଂଯୋଗ କଟାଯିବ । ସେସୁ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

All public and industrialists are equal for the government
'ସାଧାରଣ ଖାଉଟି ଏବଂ ଶିଳ୍ପ ସଂସ୍ଥା ସରକାରଙ୍କ ପାଇଁ ସଭିଏଁ ସମାନ'

By

Published : Jan 11, 2020, 11:01 AM IST

ଭୁବନେଶ୍ବର: ଜାନୁଆରୀ 15 ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ ପୈଠ ନକଲେ ବିଦ୍ୟୁତ୍‌ ସଂଯୋଗ କଟାଯିବ । ସେସୁ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ହୋଇଛି ।

ଶିଳ୍ପାନୁଷ୍ଠାନ ପ୍ରତି ଅନୁକମ୍ପା ଏକ ମିଥ୍ୟା ପ୍ରଚାର । ସାଧାରଣ ଖାଉଟି ଏବଂ ଶିଳ୍ପ ସଂସ୍ଥା ସମସ୍ତେ ସରକାରଙ୍କ ପାଇଁ ସମାନ । ସେସୁ କୌଣସି ଲୋକଙ୍କୁ ଅନ୍ଧକାର ଭିତରେ ରଖିବାକୁ ଚାହେଁନାହିଁ । ଜାନୁଆରୀ 16ରୁ ବକେୟା ବିଦ୍ୟୁତ୍‌ ବିଲ ପୈଠ କରିନଥିବା କୌଣସି ବ୍ୟକ୍ତି ବିଶେଷ ହେଉ କିମ୍ବା ଶିଳ୍ପାନୁଷ୍ଠାନ ଉପରେ ଲାଇନ କାଟିବା ନେଇ ଅନୁକମ୍ପା ଦେଖାଯିବ ନାହିଁ । ଏ ନେଇ ପୂର୍ବରୁ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ଶୁକ୍ରବାର ଅନେକ ଗଣମାଧ୍ୟମରେ ସେସୁ ସାଧାରଣ ଖାଉଟିଙ୍କ ଲାଇନ କାଟିବାକୁ ନିଷ୍ପତ୍ତି ନେଇଥିବାବେଳେ କୋଟି କୋଟି ଟଙ୍କା ବାକି ରଖିଥିବା ଶିଳ୍ପ ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଖବର ପ୍ରସାରିତ କରିଥିଲା । ଯାହାର ସ୍ପଷ୍ଟୀକରଣ ସେସୁ ପକ୍ଷରୁ ଦିଆଯାଇଛି । ରାଜ୍ୟରେ ମୋଟ 1950 କୋଟି ଟଙ୍କା ବକେୟା ବିଜୁଳି ବିଲ ପଡି ରହିଛି । ସେମାନଙ୍କ ମଧ୍ୟରୁ ପ୍ରାୟ 96କୋଟି ଟଙ୍କାର ବକେୟା ବିଜୁଳି ବିଲ୍‌ 5 ଟି ଶିଳ୍ପ ସଂସ୍ଥା ଉପରେ ବାକି ପଡିଛି ।

ସେହିପରି ସୋଲାର ରେଲୱେ ଟ୍ରାକ୍ସନ ଉପରେ 30,54,200ଟଙ୍କା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଉପରେ 12,71,5041 ଟଙ୍କା, ନବ ଭାରତ ଭେଁନଚୁରସଲି ଆଇପିପି ଉପରେ 82,54, 38,756 ଟଙ୍କା, ନବ ଭାରତ ଭେଁନଚୁରସଲି ସିପିପି ଉପରେ 57,11,924 ଟଙ୍କା ଏବଂ ଗ୍ରୀଡ଼ ଷ୍ଟିଲ ଆଣ୍ଡ ଆଲୟଜ ଉପରେ 12,713,43 ଟଙ୍କା ବାକି ପଡିଛି । ଏହି ସବୁ ଶିଳ୍ପାନୁଷ୍ଠାନ ଗୁଡିକର ବକେୟା ବିଜୁଳି କର ଘଟଣା ଏବେ ହାଇକୋର୍ଟରେ ବିଚାରଧୀନ ଚାଲିଛି । ଏହା ବିରୋଧରେ ସେସୁ ଲଢେଇ ଜାରି ରଖିଛି ।

ଅନ୍ୟପକ୍ଷେ ଶିଳ୍ପ ସଂସ୍ଥା ଗୁଡିକ ଠାରୁ ନିୟମିତ ବିଜୁଳି କର ଆଦାୟ କରିବାକୁ ରାଜ୍ୟ ସରକାର ସେସୁକୁ କଡା ନିର୍ଦ୍ଦେଶ ଦେଇଥିଲେ । ଗତ 4 ବର୍ଷରେ ସେସୁ ପକ୍ଷରୁ ଶିଳ୍ପ ସଂସ୍ଥା ଗୁଡିକରୁ ଶତ ପ୍ରତିଶତ ବିଜୁଳି କର ଆଦାୟ କରାଯାଇଛି । ଅନେକ ସମୟରେ ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ସେସୁ ଅଗ୍ରୀମ ବିଜୁଳି କର ସଂଗ୍ରହ କରିଛି । ରାଜ୍ୟ ଶକ୍ତି ବିଭାଗ ଏନେଇ ସମୀକ୍ଷା ମଧ୍ୟ କରୁଛି ବୋଲି ସେସୁ କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details