ଓଡିଶା

odisha

ETV Bharat / city

ବାଜ୍ୟାପ୍ତ ହେବ ବ୍ରାଉନସୁଗାର ମାଫିଆ ରାଜାର ସମସ୍ତ ସମ୍ପତ୍ତି - ବ୍ରାଉନସୁଗାର ମାଫିଆ ଏସକେ ରାଜା

ବ୍ରାଉନସୁଗାର ମାଫିଆ ରାଜାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇବ୍ରାଞ୍ଚମ ଏସଟିଏଫର ଯୋଜନା । ସମ୍ପତ୍ତି ବାଜ୍ୟାପ୍ତ ପାଇଁ କମ୍ପିଟେଣ୍ଟ ଅଥରିଟି ଏନଡିପିଏସ ଓ ସାଫେମା କଲିକତାଙ୍କୁ ଜଣାଇ ଦିଆଯାଇଛି ।

ଫାଇଲ ଫଟୋ

By

Published : Sep 25, 2019, 3:15 PM IST

Updated : Sep 25, 2019, 7:31 PM IST

ଭୁବନେଶ୍ବର: ବ୍ରାଉନସୁଗାର ମାଫିଆ ସେକ ରାଜାକୁ ଶନିଦଶା । 2କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହେବା ପରେ ଏବେ ସବୁ ସମ୍ପତ୍ତି ବାଜ୍ୟାପ୍ତ ପାଇଁ କମ୍ପିଟେଣ୍ଟ ଅଥରିଟି ଏନଡିପିଏସ ଓ ସାଫେମା କଲିକତାଙ୍କୁ ଜଣାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ରାଜା ଘରୁ ମିଳିଥିବା ୩ ଲକ୍ଷ ଟଙ୍କାର ମାରୁତି ସୁଜୁକି କାର,୮ ଲକ୍ଷ ଟଙ୍କାର ହୁଣ୍ଡାଇ କାର,୧୨ ଲକ୍ଷ ଟଙ୍କାର ଇକୋ ସ୍ପୋର୍ଟସ କାର, ଦେଢଲକ୍ଷ ଟଙ୍କାର କେଟିଏମ ବାଇକ, ୩୦ ଲକ୍ଷ ଟଙ୍କାର ଫିସିଂ ଟଲର, ବାଲେଶ୍ବର କୋଟିଏ ଟଙ୍କାର ସମ୍ବେଦନା ଏନକ୍ଲେଭ ଥିବା ଫ୍ଲାଟ ଓ 3ଟି ଜାଗାକୁ ବାଜ୍ୟାପ୍ତ ପାଇଁ ଏନଡିପିଏସ 68 'ଇ' ଅନୁଯାୟୀ ଚିଠି ଲେଖିଥିଲା ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବ୍ରାଉନସୁଗାର ମାଫିଆ ସେକ ରାଜା ଗିରଫ ପରେ ଏହି ଲିଙ୍କରେ ମୋଟ 6 ଜଣ ଗିରଫ ହୋଇସାରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 25, 2019, 7:31 PM IST

ABOUT THE AUTHOR

...view details