ଓଡିଶା

odisha

ETV Bharat / city

‘ଖୁବଶୀଘ୍ର ସମାଧାନ ହେବ ମାନବାଧିକାର କମିଶନରେ ପଡିଥିବା ମାମଲା’ - ଜଷ୍ଟିସ ବିମଳ ପ୍ରସାଦ ଦାସ

ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ନେଲେ । ଖୁବଶୀଘ୍ର ପଡି ରହିଥିବା ସମସ୍ତ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ନବନିଯୁକ୍ତ କମିଶନର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 4, 2019, 3:07 PM IST

ଭୁବନେଶ୍ବର: ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ନେଲେ । ଏଥିସହ ଯେଉଁ ସବୁ ସମସ୍ୟା ରହୁଛି ସେ ସବୁକୁ ସମ୍ପୂର୍ଣ ଭାବରେ ସମାଧାନ କରାଯିବ ବୋଲି ନବନିଯୁକ୍ତ କମିଶନର କହିଛନ୍ତି । ୨୦୧୨ ନଭେମ୍ବର ୨୩ ରୁ ଖାଲି ପଡିଥିଲା ଓଏଚଆରସି ଅଧ୍ୟକ୍ଷ ପଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ରାଜ୍ୟ ମାନବାଧିକାର କମିଶନରେ ବିଭିନ୍ନ ମାମଲା ପଡି ରହିଥିବା ବେଳେ ସମାଧାନର ହୋଇ ପାରିନାହିଁ । 2012 ରୁ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ କୌଣସି ମାମଲାକୁ ରଫା ଦଫା କରାଯାଇନାହିଁ । ସମ୍ପୂର୍ଣ ରୂପେ ୧୫ ହଜାର ୪୫୩ ଟି ମାମଲା ପଡି ରହିଛି । ଏହାକୁ ସମାଧାନ କରିବାକୁ ନାହାନ୍ତି ଅଧିକାରୀ । ତେବେ ନବନିଯୁକ୍ତ କମିଶନର ଜଷ୍ଟିସ ବିପି ଦାସ କହିଛନ୍ତି ସମସ୍ତ ପ୍ରକାରର ମାମଲାକୁ ସାମାଧନ କରିବାକୁ ଚେଷ୍ଟା କରାଯିବ। । ଯେଉଁ ସବୁ ସମସ୍ୟା ରହିଛି ମନାବାଧିକାର କାର୍ଯ୍ୟାଳୟରେ ପଡି ପହିଛି ତାହା ନୂତନ ଭାବରେ କାର୍ଯ୍ୟକରିବ ।

ରାଜ୍ୟର ସମସ୍ତ ଜିଲ୍ଲାର ଜନସାଧରଣଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିବା ସହ କୌଣସି ଲୋକଙ୍କୁ ଅଣଦେଖା କରାଯିବ ନାହିଁ । ଦଳିତ ବର୍ଗର ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ମଧ୍ୟ ନ୍ୟାୟ ଦେବାକୁ ଚେଷ୍ଟା କରାଯିବ ବୋଲି ଜଷ୍ଟିସ ବିମଳ ପ୍ରସାଦ ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ନବନିଯୁକ୍ତ ଜଷ୍ଟିସ ବିପି ଦାସ ବୁଧବାର ରାଜ୍ୟ ମାନବାଧିକାର କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଓଡିଶା ହାଇକୋର୍ଟରେ ଜୁନ 17, 1999 ରେ କାର୍ଯ୍ୟ କରିଛନ୍ତି । ଓଡିଶା ଷ୍ଟେଟ ବାର୍‌ କାଉନସିଲ ୧୯୯୬ ରୁ1997 ସଦସ୍ୟ ଭାବରେ ରହିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details