ଓଡିଶା

odisha

ETV Bharat / city

27ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ - ମୌସୁମୀ ଅଧିବେଶନ

ଆସନ୍ତା ୨୭ ତାରିଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଏହି ବୈଠକ ଡାକିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ...

27ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
27ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

By

Published : Aug 20, 2021, 3:00 PM IST

ଭୁବନେଶ୍ବର: ଆସନ୍ତା 27 ତାରିଖରେ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ମୌସୁମୀ ଅଧିବେଶନକୁ ଶାନ୍ତିଶୃଙ୍ଖଳା ସହ କରିବା ଲାଗି ବୈଠକ ଡାକିଛନ୍ତି ବାଚସ୍ପତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା କାର୍ଯ୍ୟାଳୟରେ ବସିବ ଏହି ସର୍ବଦଳୀୟ ବୈଠକ ।

ଆସନ୍ତା ମୌସୁମୀ ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ଅଣ୍ଟା ଭିଡିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏ ନେଇ 26 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । କୋଭିଡ଼ କଟକଣା ସହ ସ୍ବଳ୍ପଦିନିଆ ମୌସୁମୀ ହେଉଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଅଛି ।

ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩ ତାରିଖକୁ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ପାଇଁ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟ ଦିବସ ରହିଛି । ୫ ତାରିଖ ରବିବାର ଛୁଟି ରହିବ । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ଚଳିତଥର ମଧ୍ୟ କୋରୋନା ଗାଇଡଲାଇନ୍ ମଧ୍ୟରେ ଗୃହ ପରିଚାଳିତ ହେବ । ଯେଉଁମାନେ କୋଭିଡର ଦୁଇଟି ଡ଼ୋଜ ଟିକା ନେଇଥିବେ ସେମାନଙ୍କୁ ଗୃହ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ।

ବିଧାନସଭାରେ ବିରୋଧୀ ବିଦ୍ୟୁତ ଦର ବୃଦ୍ଧି, ଧାନ ମଣ୍ଡି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ସହିତ କୋଭିଡ ପରିଚାଳନା, ମନେରେଗାରେ ଦୁର୍ନୀତି, ଓଡିଶା ଷ୍ଟାଫ ସିଲେକସନରେ ଦୁର୍ନୀତି, ଦରଦାମ ବୃଦ୍ଧି, ବିଦ୍ୟତ ଶୁଳ୍କ ବୃଦ୍ଧି, ଚାଷୀ ସମସ୍ୟା, ଶିକ୍ଷା ଅବ୍ୟବସ୍ଥା ଭଳି ପ୍ରସଙ୍ଗ ଉଠାଇବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details