ଓଡିଶା

odisha

ETV Bharat / city

ଆଜି ବସିବ ସର୍ବଦଳୀୟ ବୈଠକ - ସର୍ବଦଳୀୟ ବୈଠକ

ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ତିନି ଦଳ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଅଧିକ ପଢନ୍ତୁ...

ଆଜି ବସିବ ସର୍ବଦଳୀୟ ବୈଠକ
ଆଜି ବସିବ ସର୍ବଦଳୀୟ ବୈଠକ

By

Published : Feb 17, 2021, 8:31 AM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ। ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ସକାଳ 11:30 ସମୟରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ତିନି ଦଳ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ ।

ବୈଠକରେ କେମିତି ଗୃହ ଶାନ୍ତିର ସହ ଚାଲିବ ସେନେଇ ଆଲୋଚନା କରାଯିବ । ଏହି ବୈଠକରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ମୁଖ୍ୟସଚେତକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଭିସି ଯୋଗେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥର ବିଧାନସଭାରେ ବିରୋଧୀ ପାଖରେ ଅନେକ ପ୍ରସଙ୍ଗ ରହିଥିବାବେଳେ ସେମାନେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ । ସେହିପରି ସରକାର ମଧ୍ୟ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ସନ୍ଧ୍ୟା 5:30 ରେ ବିଜେଡି ବିଧାୟକ ବୈଠକ କରାଯିବ ।

ବିରୋଧୀ ଦଳ ହାତରେ କୋଟିଆ ପ୍ରସଙ୍ଗ, ପୁରୀ ଓ ଝରାଫୁଲ ହତ୍ୟାକାଣ୍ଡ ସାଙ୍ଗକୁ ମାହାଙ୍ଗା ରାଜନୈତିକ ଡବଲ ମର୍ଡର, ରାଜଧାନୀରେ ମୁଣ୍ଡ ଗଡିବା ଭଳି ପ୍ରସଙ୍ଗ ରହିଛି । ଧାନ ମଣ୍ଡିରେ ଧାନ ପଡିବା ସାଙ୍ଗକୁ ପାଠକ ବାପା-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କକୁ ନେଇ ବିରୋଧୀ ଦଳ ଗୃହରେ କମ୍ପନ କରିବେ । ଏହା ସହ ‘କାଳିଆ’ କିସ୍ତିରେ ହେରାଫେରି ଓ ବେକାରୀ ସମସ୍ୟା ବି ଉଠାଇବେ ବିରୋଧୀ । ସେପଟେ ଶାସକ ଦଳ ବି ପ୍ରତି ଆକ୍ରମଣ ପାଇଁ ସଜେଇ ରହିଛି । ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ର ବିବାଦୀୟ ବାଇ-ଲ । ଏହାକୁ ନେଇ ଶାସକ ଦଳ କେନ୍ଦ୍ର ବିରୋଧରେ ଗର୍ଜିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details