ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ଦେଶରେ କରୋନା ସ୍ଥିତି ଓ ଟୀକା ବିତରଣ ନେଇ ଆଲୋଚନା ହୋଇପାରେ । ତେବେ ଏଥିରେ ବିଜେଡିରୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଛନ୍ତି ।
ଭୁବନେଶ୍ବରରୁ ଅନଲାଇନ ମାଧ୍ୟମରେ ସେ ଏହି ବୈଠକରେ ସାମିଲ ହୋଇଛନ୍ତି । ଏନେଇ ବ୍ରହ୍ମପୁର ସାଂସଦ ଏନଆଇସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସୂଚନାଥାଉକି, କୋରୋନା ମହାମାରୀ ଆରମ୍ଭ ହେବା ପରେ ସରକାର ଦ୍ବିତୀୟ ଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ମହାମାରୀରେ ରୋକ ଲଗାଇବାକୁ ଦେଶବ୍ୟାପୀ ହୋଇଥିବା ଲକ୍ଡାଉନ୍ ସମୟରେ ଅପ୍ରେଲ 20 ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଥିଲା ।