ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ। ଏହା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡକାଯାଇଛି ।
ବିଧାନସଭା ବାଚସ୍ପତିଙ୍କ ପ୍ରକୋଷ୍ଠରେ ହୋଇଥିବା ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ନରସିଂହ ମିଶ୍ର, ଜୟନାରାୟନ ମିଶ୍ର, ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ସର୍ବଦଳୀୟ ବୈଠକରେ ବିରୋଧୀ ଦୁଇଟି ପ୍ରସ୍ତାବ ଦେଇଛନ୍ତି । ପୂର୍ବରୁ 2ଟି ମୁଲତବୀ ନୋଟିସ ଆସୁଥିଲା ବେଳେ ଗୋଟିଏକୁ ଗ୍ରହଣ କରାଯାଉଥିଲା । ହେଲେ ଏହି ସଂପର୍କରେ ଦୁଇଟି ମୁଲତବୀକୁ ଧ୍ୟାନ ନିଆଯାଉ । ତା ସହିତ ଧ୍ୟାନ ଆକର୍ଷଣକାରୀ ନୋଟିସ ଓ ଶର୍ଟ ନୋଟିସ ମଧ୍ୟ ନିଆଯାଉ ବୋଲି ସର୍ବଦଳୀୟ ବୈଠକରେ ବିରୋଧୀ ପ୍ରସ୍ତାବ ଦେଇଛନ୍ତି । ବିରୋଧୀ ଦଳକୁ ଗୁରୁତ୍ୱ ଦିଆଯାଉ ବୋଲି ମଧ୍ୟ କୁହାଯାଇଛି ।
ମଙ୍ଗଳବାର ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ସେହିପରି ଆସନ୍ତା 28 ତାରିଖରେ ରାଜ୍ୟ ସରକାର 2019-20 ବର୍ଷ ପାଇଁ ବଜେଟ୍ ଆଗତ କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସରକାରଙ୍କ ତରଫରୁ ବଜେଟ୍ ଉପସ୍ଥାପନା କରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ