ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar by poll) ନେଇ ଶନିବାର ବସିଥିଲା ସର୍ବଦଳୀୟ ବୈଠକ (All party meeting) । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହୋଇଛି । ନିର୍ବାଚନରେ 4 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଓ 23 ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।
ଏହାବି ପଢନ୍ତୁ- Dhamnagar By-Poll: ବିଜେଡି ପାଇଁ ଥ୍ରେଟ୍ ହେବେ କି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ?
ଧାମନଗର ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ଶନିବାର ସର୍ବ ଦଳୀୟ ବୈଠକ ଡାକି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବା ନେଇ ଆଲୋଚନା କରିଛନ୍ତି ସିଇଓ । ଧାମନଗରରେ ମୋଟ 252ଟି ବୁଥ ଥିବାବେଳେ 126ଟି ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ସେହିପରି 107ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ 4 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଓ 23 ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ନିୟୋଜିତ ହେବେ । ଭୋଟିଂ ପାଇଁ 3 ତାରିଖ ସରକାରୀ ଛୁଟି ଘୋଷଣା ହୋଇଥିବାବେଳେ ଭୋଟିଂ ଓ ଗଣତି ଦିନ ନିର୍ବାଚନ ମଣ୍ଡଳୀରେ ବନ୍ଦ ରହିବ ମଦ ଦୋକାନ । ଦିବ୍ୟାଙ୍ଗଙ୍କ ଭୋଟରଙ୍କ ଲାଗି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ।
ଏହବି ପଢନ୍ତୁ- ରାଜ୍ୟ କ୍ୟାବିନେଟରେ 9 ପ୍ରସ୍ତାବକୁ ମୋହର, ଫୋକସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ