ଓଡିଶା

odisha

By

Published : Jul 22, 2019, 8:54 PM IST

ETV Bharat / city

ସର୍ବଦଳୀୟ ବୈଠକ ବିଫଳ; ସବୁଦଳ ନିଜନିଜ ଜିଦରେ ଅଟଳ

ବିରୋଧୀଙ୍କ ହଙ୍ଗାମାରେ ଅଚଳ ହୋଇପଡିଥିବା ବିଧାନସଭାକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ବାଚସ୍ପତିଙ୍କ ପ୍ରୟାସ ବିଫଳ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଉଭୟ ବିରୋଧୀ ଓ ସରକାରୀ ଦଳ ନିଜ ନିଜ ଜିଦରେ ଅଟଳ ରହିବା ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା । ସମାଧାନ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ ।

ଭିଡିଓ ସୌଜନ୍ୟ: ଚିଫ୍ ବ୍ୟୁରୋ, ଭୁବନେଶ୍ବର

6 ଥର ଗୃହ ମୁଲତବୀ ପରେ ବି ସର୍ବଦଳୀୟ ବୈଠକରେ କୌଣସି ନିସ୍କର୍ଷ ବାହାରି ପାରିଲା ନାହିଁ । ଫଳରେ ବିରୋଧୀ କଂଗ୍ରେସ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତୀ ତଳେ ଧାରଣାରେ ବସିଛି । ସେପଟେ ବିଜେପି ବିଧାୟକମାନେ ପୋଡିୟମ ସମ୍ମୁଖରେ ନାରାବାଜି କରିବା ସହ ଗୃହ ଭିତରେ ଧାରଣାରେ ବସିଛନ୍ତି । ବିଜେପି ବିଧାୟକ ମାନେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଅଂଶଗ୍ରହଣ କରିନଥିଲେ ।


ଉଭୟ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନାରାବାଜୀ କରୁଥିବା ବେଳେ ଦାବି କରିଛନ୍ତି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହେଉ ତେବେ ସବୁ ଦଳ ନିଜନିଜ ଜିଦରେ ଅଟଳ ଥିବାରୁ ସର୍ବ ଦଳୀୟ ବୈଠକ ମଧ୍ୟ ଫେଲ ମାରିଛି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details