ଓଡିଶା

odisha

ETV Bharat / city

ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ସର୍ବଦଳୀୟ ବୈଠକ - ସ୍କୁଲ ବନ୍ଦ ନିଷ୍ପତ୍ତି

ସରକାର ରାଜ୍ୟରେ ଅନେକ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ସର୍ବଦଳୀୟ ବୈଠକ ଆଜି ଅନୁଷ୍ଠିତ । ଅଧିକ ପଢନ୍ତୁ...

ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ସର୍ବଦଳୀୟ ବୈଠକ
ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ସର୍ବଦଳୀୟ ବୈଠକ

By

Published : Nov 21, 2020, 3:50 AM IST

ଭୁବନେଶ୍ବର: ସରକାର ରାଜ୍ୟରେ ଅନେକ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି । ଏହା ବିରୋଧରେ ବିଭିନ୍ନ ସ୍ତରରେ ସ୍ବାର ଉଠୁଥିବାବେଳେ ଏହାକୁ ରାଜ୍ୟ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ବିରୋଧ କରାଯିବା ସହ ଆଗକୁ କଣ ପଦକ୍ଷେପ ନିଆଯିବ ସେନେଇ ଏକ ସର୍ବଦଳୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟରେ ସ୍କୁଲ ବନ୍ଦ ନିଷ୍ପତ୍ତି ବିରୋଧରେ ସର୍ବଦଳୀୟ ବୈଠକ

ବୈଠକରେ ନିମ୍ନଲିଖିତ ସାତ ଗୋଟି ନିଷ୍ପତ୍ତି ନିଆଯାଇଛି

  1. ରାଜ୍ୟର ସମସ୍ତ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସହିତ ସ୍କୁଲ ବନ୍ଦ ନିସ୍ପତିକୁ ପ୍ରତ୍ୟାହାର ପାଇଁ ଦାବି କରିବ ।
  2. ବେଆଇନ ଭାବେ ଚାଲୁଥିବା ବିନା ସ୍ବୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ଦୋଷୀଙ୍କ ବିରୁଦ୍ଧରେ ଏତଲା ଦିଆଯାଉ l
  3. ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକ ମଣ୍ଡଳୀମାନଙ୍କୁ ସ୍କୁଲ ବନ୍ଦ ପ୍ରତିବାଦରେ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବେ ।
  4. ପ୍ରତି ଜିଲ୍ଲାରେ ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ମିଳନୀମାନ ଜିଲ୍ଲାରେ ସବୁ ରାଜନୈତିକ ଦଳ, ଶିକ୍ଷକ ସଂଘ ଓ ଗଣ ସଂଗଠନ ମାନଙ୍କୁ ନେଇ ଅନୁଷ୍ଠିତ ହେବ ।
  5. ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ ଓ ବିଶେଷଜ୍ଞ ମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କମକରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ ।
  6. ଓଡ଼ିଶାର ଶିକ୍ଷା ର ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦି ଙ୍କୁ ନେଇ ଏକ ବ୍ୟାପକ ମଞ୍ଚ, ଶିକ୍ଷା ବଞ୍ଚା ଅଭିଯାନ ଆରମ୍ଭ ହେବ ।
  7. DLSCC କୁ ପୁନଃ ଗଠନ କରାଯାଇ ସଂସଦ, ବିଧାୟକ, ପଞ୍ଚାୟତିରାଜରେ ନିର୍ବାଚିତ ଜନ ପ୍ରତିନିଧି ଓ ଶିକ୍ଷାବିତମାନଙ୍କୁ ନିଆଯାଉ l

ଆଜିର ବୈଠକରେ ବିଜେଡ଼ି, କଂଗ୍ରେସ, ବଜେପି, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ, ଆପ, ବିଏସପି, ଅର ଜେ ଦି, ଜେଡିୟୁ, ଏନସିପି, କଳିଙ୍ଗ ସେନା, ଫରୱାର୍ଡ଼ ବ୍ଲକ, ସମତା କ୍ରାନ୍ତି, ଜନ ଅଧିକାର ପାର୍ଟି, ଅରପିଆଇ ଇତ୍ୟାଦି ଦଳ ଗୁଡ଼ିକ ସହିତ ବିଭିନ୍ନ ସାମାଜିକ ସଂଗଠନ ଓଡିଶା ନାଗରିକ ସମାଜ, ଆମ ଜନତା ଅଧିକାର, ଆରଟିଇ ଫୋରମ, ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷା ସଂଘର ନେତୃବୃନ୍ଦମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details