ଓଡିଶା

odisha

ETV Bharat / city

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ ।  ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। 13 ତାରିଖରେ ଦିନ 12ଟାରେ ଡକାଯାଇଛି ଏହି ବୈଠକ । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡାକିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ...

By

Published : Feb 6, 2020, 3:05 PM IST

Updated : Feb 6, 2020, 8:36 PM IST

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଚଳିତ ବର୍ଷର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ । ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। 13 ତାରିଖରେ ଦିନ 12ଟାରେ ଡକାଯାଇଛି ଏହି ବୈଠକ । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡାକିଛନ୍ତି ବାଚସ୍ପତି । ଏଥିରେ ସବୁ ବିରୋଧୀ ଦଳକୁ ଡକାଯାଇଛି । ପାର୍ଲିଆମେଣ୍ଟ ଢାଞ୍ଚାରେ ଏହି ବୈଠକ ହେବ ।

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ


ଏଥର ବିଧାନସଭାରେ ନୂଆ ରୂପରେ ଆସିବେ ବିଧାୟକ । ସବୁ ବିଧାୟକ ଲାପଟପ ଧରି ବିଧାନସଭା ଆସିବେ । ଅର୍ଥ ବିଭାଗ ଏନେଇ ବ୍ୟବସ୍ଥା କରିଛି। ସେହି ଲାପଟପ ବ୍ୟବହାର କରି ସମସ୍ତ ପ୍ରଶ୍ନୋତ୍ତର, ସବ ମିଶନ, ସମେତ ସବୁ କାର୍ଯ୍ୟ ଅନଲାଇନରେ କରିବେ ।

ଲାପଟପରେ ନେଭା ଆପ ଅପଲୋଡ଼ କରାଯାଇ ଦିଆଯିବ । ଯେଉଁ ବିଧାୟକ ଲାପଟପ ଚଲାଇ ପାରିବେ ନାହିଁ ସେମାନଙ୍କୁ ତାଲିମ ଦିଆଯିବ । ଓକାକ ତାଲିମ ଦେବ। ବିଧାନସଭାକୁ ଦୁଇ ମାସରେ ୱାଇଫାଇ କରାଯିବ। ଏନେଇ ବିଏସଏନଏଲ ସହିତ କଥାବାର୍ତ୍ତା ସରିଛି । ଏନେଇ 11 କୋଟି ଟଙ୍କାର ବଜେଟ କରାଯାଇଛି । ଏଥିସହ ଭିଡିଓ କନ୍ଫରେନ୍ସ ପାଇଁ ହଲ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 6, 2020, 8:36 PM IST

ABOUT THE AUTHOR

...view details