ଭୁବନେଶ୍ବର : ମହାନଗର ନିର୍ବାଚନରେ ହେବ ଏଥର ଜୋରଦାର ଲଢେଇ । ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକ୍ରିୟା ବା ନାମାଙ୍କନର ଆଜି 4ର୍ଥ ଦିନ। ଏହାରି ଭିତରେ ମୋଟ ୧୫ ଜଣ ମେୟର ପ୍ରାର୍ଥୀ ଓ ୫୮୧ ଜଣ କର୍ପୋରେଟର ଫର୍ମ ନେଇଛନ୍ତି।
ଆଉ ସେଥି ମଧ୍ୟରୁ ମାତ୍ର ୨୦ ଜଣ କର୍ପୋରେଟର ନାମାଙ୍କନ ଦାଖଲ କରିଥିବା ବେଳେ କେହି ଜଣେ ହେଲେବି ମେୟର ପାଇଁ ନାମାଙ୍କନ ଦାଖଲ କରିନାହାନ୍ତି । ଆଉ ଏହାରି ଭିତରେ ୬୭ ୱାର୍ଡର ଅନେକ କର୍ପୋରେଟର ଓ କେହିବି ମେୟର ଏବେବି ନାମାଙ୍କନ ଦାଖଲ କରିନାହାନ୍ତି ।
ଯଦିଓ କଂଗ୍ରେସ ମେୟର ପାଇଁ ଆଜି ନାମ ଘୋଷଣା କରିଛି। ଦଳର ଏଯାବତ କେହିବି କର୍ପୋରେଟର ପାଇଁ ନାମାଙ୍କନ ଦାଖଲ କରିନାହାନ୍ତି। ଏବେବି ପ୍ରାର୍ଥୀ ଚୟନକକୁ ନେଇ ଦଳ ମଧ୍ୟରେ ପତିଆରା ଜାରି ରହିଛି। ଆଉ ବିଧାୟକଙ୍କ ଘର ଆଗରେ ଅଶାୟୀଙ୍କ ଭିଡ ଲାଗିଛି । ମୋଟାମୋଟି ଭାବରେ କହିବାକୁ ଗଲେ ବିଜେଡିର ତିନି ବିଧାୟକଙ୍କ କ୍ୱାର୍ଟର ଓ ଘର ଆଗରେ ଭିଡ ଜମୁଛି । ତେବେ ପ୍ରାର୍ଥୀ ଚୟନକକୁ ନେଇ ବିଜେଡିର ଚିତ୍ର ସାମନାକୁ ଆସିନଥିବା ବେଳେ ବିଜେପି କହିଛି ପାଖାପାଖି ଆମର ୫୦ ଜଣଙ୍କ ନାମ ଚୟନ ସରିଯାଇଛି।