ଓଡିଶା

odisha

ETV Bharat / city

ଫାୟାର ସେଫଟି ନିୟମରେ କୋହଳ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲା AOPMEF - all odisha private hospital establishment forum

ଫାୟାର ସେଫଟି ନିୟମରେ କୋହଳ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲା ଅଲ ଓଡିଶା ପ୍ରାଇଭେଟ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ (AOPMEF) । ପୂର୍ବରୁ ହୋଇଥିବା ବିଲଡିଂ ପାଇଁ ନୂତନ ଫାୟାର ସେଫଟି ଆଇନରେ କୋହଳ କରିବାକୁ କଲା ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 23, 2019, 9:34 PM IST

ଭୁବନେଶ୍ବର: ଫାୟାର ସେଫଟି ନିୟମରେ କୋହଳ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲା ଅଲ ଓଡିଶା ପ୍ରାଇଭେଟ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ (AOPMEF) । ଅଗ୍ନିଶମ ବିଭାଗର ନୋ ଅବଜେକ୍ସନ ସାର୍ଟିଫିକେଟ ପାଇଁ ନର୍ସିଂହୋମର ଉଚ୍ଚତା ପୂର୍ବ ନିର୍ଦ୍ଧାରିତ 12 ମିଟର ବଦଳରେ 15 ମିଟର କରିବାକୁ ଦାବି । ସେହିପରି ପୂର୍ବରୁ ହୋଇଥିବା ବିଲଡିଂ ପାଇଁ ନୂତନ ଫାୟାର ସେଫଟି ଆଇନରେ କୋହଳ କରିବାକୁ ଦାବି କରିଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ସହ ଇ-ରେଜିଷ୍ଟ୍ରେସନ ନିୟମରେ କୋହଳ ଓ ବିଜୁ କୃଷକ କଲ୍ୟାଣ ଯୋଜନାର ସମସ୍ତ ବକେୟା ଅର୍ଥ ଶୀଘ୍ର ପୈଠ କରିବା ନେଇ ଫୋରମ ଦାବି କରିଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ତେବେ ଏହି ଦାବି ଗୁଡିକ ନେଇ ସ୍ବାସ୍ଥ୍ୟ ବିଭାଗ ବିଚାର କରିବା ସହ ଫୋରମର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜୁ କୃଷକ କଲ୍ୟାଣ ଯୋଜନାର ସମସ୍ତ ବକେୟା ଅର୍ଥ ଶୀଘ୍ର ପୈଠ କରାଯିବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି । ସୂଚନା ଥାଉକି, ଏସବୁ ଦାବି ନେଇ ଆଜି ଫୋରମର ଏକ 5 ଜଣିଆ ଟିମ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆଲୋଚନା କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details