ଓଡିଶା

odisha

By

Published : Jul 15, 2021, 10:54 PM IST

ETV Bharat / city

ଖୋଲିବ ଜିମ୍-ସେଲୁନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ସଂଘ

ରାଜ୍ୟରେ ଜିମ, ସେଲୁନ ଓ ସ୍ପା ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଅଲ ଓଡିଶା ଜିମ ଓନର ଆସୋସିଏସନ । ଅଧିକ ପଢନ୍ତୁ...

ଖୋଲିବ ଜିମ-ସେଲୁନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ସଂଘ
ଖୋଲିବ ଜିମ-ସେଲୁନ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ସଂଘ

ଭୁବନେଶ୍ବର: ନୂଆ ଗାଇଡଲାଇନରେ ଅନେକ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଜିମ୍, ସ୍ପା ଏବଂ ସେଲୁନ ଖୋଲିବାକୁ ଅନୁମତି ମିଳିଛି । ଜିମ୍ ଖୋଲିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଲ ଓଡିଶା ଜିମ୍ ଓନର ଆସୋସିଏସନ । ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ସଂଘ ।

ଜିମ୍ ପାଇଁ ଯେଉଁମାନେ ଆସିବେ ସେମାନଙ୍କ ପାଇଁ ସଂଘ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ କରାଯିବ । କୋଭିଡର ସମସ୍ତ ନିୟମର ଜିମ୍ ଭିତରେ କଡାକଡି ଭାବରେ ପାଳନ କରାଯିବ । ତାହାସହ ସମସ୍ତ ଜିଲ୍ଲାର ଜିମ୍ ସେଣ୍ଟରମାନଙ୍କୁ ଏହି ଏସଓପି ପଠାଯିବ । ଜିମ୍ ଖୋଲିବା ନିଷ୍ପତ୍ତି ପରେ ପୁଣି କ୍ଷତି ସହିଥିବା ମାଲିକମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛି ସଂଘ ।

ସଂଘ ପକ୍ଷରୁ ଜାରି କରାଯାଇଥିବା ଏସଓପି:

1. A ଏବଂ B ସହରରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସମୟ ଅନୁଯାୟୀ ଜିମ୍ ଖୋଲିବା ବାଧ୍ୟତାମୂଳକ ।
2. ସମସ୍ତ ଷ୍ଟାଫ, ଟ୍ରେନଙ୍କୁ ଟୀକାକରଣ କରାଯିବା ଆବଶ୍ୟକ ଏବଂ ସମସ୍ତ ସଦସ୍ୟଙ୍କର ଯେତେ ଜଲଦି ଟୀକାକରଣ ସରିଯିବା ଆବଶ୍ୟକ ।
3. ସମସ୍ତ ଜିମରେ ନିର୍ଦ୍ଧିଷ୍ଟ ପରିସର ଅନୁଯାୟୀ ଏୟାର କଣ୍ଡିସନରର ତାପମାତ୍ରା ଏବଂ ଆର୍ଦ୍ରତା ବଜାୟ ରହିବ ଟେମ୍ପ 24-30 ଡିଗ୍ରୀ ଏବଂ ଆର୍ଦ୍ରତା 40-70% ।
4. କାଶ କିମ୍ବା ଛିଙ୍କିବା ସମୟରେ ପାଟି ଏବଂ ନାକକୁ ଘୋଡାଇବା ବାଧ୍ୟତାମୂଳକ । ବ୍ୟକ୍ତିବିଶେଷ ଏହା ପରେ ତୁରନ୍ତ ହାତ ଧୋଇ ପରିଷ୍କାର କରିବା ଉଚିତ୍ ।
5. ଅନ୍ତତଃ ଛଅ ଫୁଟ ଦୂରତା ଭିତର ଓ ବାହାରେ ଚଟାଣରେ ଚିହ୍ନିତ ହେବ । ଧାଡି ପରିଚାଳନା ପାଇଁ ଜିମ୍ ପରିସର ଏବଂ ପଥ ମାର୍କିଂ ମଧ୍ୟ ଆବଶ୍ୟକ ।
6. ଯୋଗିକ କ୍ରିଆ, ବ୍ୟାୟାମ କେବଳ ଖୋଲା ସ୍ଥାନରେ କରିବା ବାଧ୍ୟତାମୂଳକ ।
7. ମେମ୍ବର ମାନେ ମାସ୍କ କିମ୍ବା ଭାଇଜର୍ ଭିତରୁ ଗୋଟିଏ ପିନ୍ଧିବା ବାଧ୍ୟତାମୂଳକ । ଷ୍ଟାଫ ଏବଂ ଟ୍ରେନରମାନଙ୍କ ପାଇଁ କେବଳ ମାସ୍କ ବାଧ୍ୟତାମୂଳକ ।
8. ସମସ୍ତ ଜିମ୍ ଏବଂ ଫିଟନେସ୍ ସେଣ୍ଟରରେ ଆସୁଥିବା ସଦସ୍ୟଙ୍କ ପ୍ରବେଶ ଦ୍ୱାରରେ ସାନିଟାଇଜର, ଆଇଆର ଥର୍ମୋମିଟର ଏବଂ ପଲ୍ସ ଅକ୍ସିମିଟର ରଖାଯିବା ବାଧ୍ୟତାମୂଳକ । ତା ଛଡା ସେ ସବୁ କାମ କରୁଥିବା ଦରକାର ।
9. ମେମ୍ବର ଏବଂ ଭିଜିଟର ମାନଙ୍କର ଚେକ୍ ଇନ୍ ଏବଂ ଚେକଆଉଟ୍ ସମୟର ବିବରଣୀଗୁଡିକ ନିଶ୍ଚିତ ଭାବରେ ରେକର୍ଡ କରାଯିବା ଆବଶ୍ୟକ (ନାମ, ଠିକଣା ଏବଂ ଫୋନ୍ ନମ୍ବର)
10. ଜିମ୍ ଭିତରେ ଯେକୌଣସି କମନ ଜିନିଷ ସମସ୍ତେ ବ୍ୟବହାର କରିବା ମନା ।
11. ପ୍ରତ୍ୟେକ ମେମ୍ବରଙ୍କ ପାଇଁ ଚାରି ବର୍ଗ ମିଟରରୁ ଅଧିକ ସ୍ଥାନ ବ୍ୟବହାର କରିବାକୁ ଅନୁମତି ନାହିଁ ।
12. ସବୁ ଜିମ୍ ସମସ୍ତ ମେମ୍ବରଙ୍କୁ ଆରୋଗ୍ୟ ସେତୁ ଆପ ଇନ୍ସଟଲ କରିବାକୁ ବାଧ୍ୟ କରନ୍ତୁ । ଯେଉଁ ଜିମ୍ ବିଏମସି ଅଧୀନରେ ଅଛନ୍ତି, ସେହିସବୁ ଜିମ୍ ମେମ୍ବରମାନଙ୍କୁ ସେମାନଙ୍କ ମୋବାଇଲରେ “ସଚେତକ୍” ଆପ୍ ଇନଷ୍ଟଲ୍ କରିବେ ।
13. ଯଦି ସାମାଜିକ ଦୂରତା ଜିମ୍ ଭିତରେ ଅନୁସରଣ କରାଯାଇପାରିବ ତା' ହେଲେ ଲକର ବ୍ୟବାହର କରିବାକୁ ସଦସ୍ୟମାନଙ୍କୁ ଅନୁମତି ଦିଆଯାଇପାରିବ ।

ସେହିପରି ସରକାର ସ୍ପା, ବିୟୁଟି ସେଲୁନ୍ ଖୋଲିବା ପାଇ ଅନୁମତି ଦେଇଥିବାରୁ ଧନ୍ୟବାଦ୍ ଦେଲା ଓଡ଼ିଶା ବିୟୁଟି ଆସୋସିଏସନ୍ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ବିଏମସିର ସବୁ ଗାଇଡଲାଇନ୍ ମାନି ଚଳିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି । କୋଭିଡ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପୁର୍ବରୁ ଯାହା ନିଷ୍ପତି ନିଆ ଯାଇଥିଲା ସବୁ ଠିକ୍ ଥିଲା । ଏବେଠୁ ପିପିଇ କିଟ ପିନ୍ଧି ଡ୍ୟୁଟି କରାଯିବ । ସବୁ କର୍ମଚାରୀ ଟିକା ନେଇ ସାରିଲେଣି । କିଛି ଅସୁବିଧା ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details