ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ଦେଖି ସମସ୍ତ ଜିଲ୍ଲାରେ ଲକଡାଉନ ଘୋଷଣା ହୋଇଥିବା ବେଳେ ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କର୍ମଚାରୀଙ୍କ ପାଇଁ ହୋଇଛି ଜରୁରୀ ଘୋଷଣା । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡାକ୍ତର, ଷ୍ଟାଫ ନର୍ସଙ୍କ ପାଇଁ ଲାକଡାଉନ କଟକଣା କୋହଳ କରିବାକୁ ସମସ୍ତ ଏସପି ଓ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ପୋଲିସ ଡିଜି।
ରାଜ୍ୟର ମେଡିକାଲ କର୍ମଚାରୀଙ୍କ ପାଇଁ କୋରୋନା କଟକଣା କୋହଳ - କୋରୋନା ଭାଇରସ ଅପଡେଟ
ରାଜ୍ୟରେ କୋରୋନା ସ୍ଥିତି ଦେଖି ସମସ୍ତ ଜିଲ୍ଲାରେ ଲକଡାଉନ ଘୋଷଣା ହୋଇଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କର୍ମଚାରୀଙ୍କ ପାଇଁ ହୋଇଛି ଜରୁରୀ ଘୋଷଣା ।
ରାଜ୍ୟର ସମସ୍ତ ମେଡିକାଲ କର୍ମଚାରୀଙ୍କୁ କୋହଳ କଟକଣା
ମେଡିକାଲ କର୍ମଚାରୀମାନେ ଜରୁରୀକାଳୀନ ସେବାରେ ନିୟୋଜିତ ରହିଥିବାରୁ ପରିଚୟ ପତ୍ର ଦେଖାଇ ସେମାନଙ୍କୁ କର୍ମସ୍ଥଳୀକୁ ଛାଡିବାକୁ କୁହାଯାଇଛି। ପାସ ପ୍ରଦାନରେ ବିଳମ୍ବ ହେଉଥିବାରୁ ଆଇକାର୍ଡ ଦେଖାଇବା ଏମାନଙ୍କ ପାଇଁ ଯଥେଷ୍ଟ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ