ଭୁବନେଶ୍ବର: କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆସନ୍ତା 28 ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲାପରିଷଦ, ସମିତି ମେମ୍ବର, ସରପଞ୍ଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନ ବାତିଲ । ଏନେଇ ଆଜି(ଶୁକ୍ରବାର) ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ-ସରପଞ୍ଚ ଉପନିର୍ବାଚନ ବାତିଲ - ସରପଞ୍ଚ ଉପନିର୍ବାଚନ
ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା 28 ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲାପରିଷଦ ଓ ସରପଞ୍ଚ ଉପନିର୍ବାଚନ ବାତିଲ । ଅଧିକ ପଢନ୍ତୁ...
ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସରପଞ୍ଚ ଉପନିର୍ବାଚନ ବାତିଲ୍
ଖୋର୍ଦ୍ଧା, ପୁରୀ, ବାଲେଶ୍ଵର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ମୟୁରଭଞ୍ଜ, ନୂଆପଡା, କଳାହାଣ୍ଡି, ଗଞ୍ଜାମ, କେନ୍ଦ୍ରାପଡା, ବଲାଙ୍ଗିର ଆଦି ଜିଲ୍ଲାରେ ଖାଲିଥିବା ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନ ହେବାର ଥିଲା । ଯାହାକୁ ବାତିଲ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ