ଭୁବନେଶ୍ବର: ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଘେରାଉ କଲା ଅଖିଳ ଭାରତୀୟ ନିର୍ମାଣ ସଂଘ । ବିଭିନ୍ନ ଦାବି ପୂରଣ ନେଇ ରାଜ୍ୟ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
ରାଜ୍ୟ ଶ୍ରମ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତୀୟ ନିର୍ମାଣ ସଂଘର ଧାରଣା - state labour office
ବିଭିନ୍ନ ଦାବି ନେଇ ରାଜ୍ୟ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଅଖିଳ ଭାରତୀୟ ନିର୍ମାଣ ସଂଘ ।
ଏହି ସଂଘ ଏକ ଶୋଭାଯାତ୍ର କରି ମାଷ୍ଟରକ୍ୟାଣ୍ଟିନରୁ ବାହାରି ଶ୍ରୀୟା ଛକରେ ଥିବା ଓଡିଶା ସରକାରଙ୍କର ଶ୍ରମ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଶୋଭାଯାତ୍ରାରେ ଓଡିଶା ସଭାପତି ଶ୍ରୀ ମହେନ୍ଦ୍ର ଜେନା ସହିତ ବହୁ ସଂଖ୍ୟାରେ ଶ୍ରମିକ ସାମିଲ ଥିଲେ । ମାସିକ ପେନସନ 3ହଜାର ଟଙ୍କା, ଗୃହ ନିର୍ମାଣରେ ନୂତନ ପଞ୍ଜିକରଣ କରିବା ଇପିଏଫ , ମୁକ୍ତ ଶିକ୍ଷା, 8ଘଣ୍ଟାରୁ ଅଧିକ ସମୟ କାମ କଲେ ବୋନସ ଦେବା ବ୍ୟବସ୍ଥା କରିବା ଆଦି ରହିଛି ସେମାନଙ୍କ ମୁଖ୍ୟ ଦାବି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମରଣ ନୀତି ଅବଲମ୍ବନ କରିଛନ୍ତି । ଶ୍ରମିକ ମାନଙ୍କ ପଇସା ପୁଞ୍ଜିପତି ମାନଙ୍କୁ ଟେକି ଦେଉଥିବାର ଅଭିଯୋଗ କରିଛି ସଂଘ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ