ଭୁବନେଶ୍ବର: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାର ପ୍ରତିବାଦ ସହ ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଆହ୍ବାନ କ୍ରମେ ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ବୁଧବାର ସକାଳୁ ଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବନ୍ଦ ପାଳନ ଜୋରଦାର ଚାଲିଛି । ତେବେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ରାଜଧାନୀର କେତେକ ପ୍ରମୁଖ ସ୍ଥାନରେ କଂଗ୍ରେସ ଏବଂ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ବିଭିନ୍ନ ସଙ୍ଗଠନ ପକ୍ଷରୁଏହି ବନ୍ଦ ପାଳନ କରାଯାଉଛି । ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକ, ଆଚାର୍ଯ୍ୟ ବିହାର, ବାଣି ବିହାର, ଜୟଦେବ ବିହାର, ଡୁମଡୁମା ଓ ଏୟାରପୋର୍ଟ ଛକ ଭଳି ପ୍ରମୁଖ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି । ରେଳ ଷ୍ଟେସନରେ ରେଳ ବନ୍ଦ କରିଛନ୍ତି । ବିଭିନ୍ନ ଷ୍ଟେସନରେ ଟ୍ରେନ ଗୁଡିକ ଅଟକି ରହିଛି । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।