ଓଡିଶା

odisha

ETV Bharat / city

ଦାବି ପୂରଣ ପାଇଁ କ୍ରାନ୍ତିକାରୀ କୃଷକ ସଭା ସହ ଆଦିବାସୀ ଭାରତ ମହାସଭାର ଧାରଣା - ଆଦିବାସୀ ଭାରତ ମହାସଭା

କୃଷକଙ୍କ 21 ଦଫା ଦାବି ନେଇ ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଙ୍ଘ ଓ ଆଦିବାସୀ ଭାରତ ମହାସଭାର ମିଳିତ ଗଣ ଧାରଣା। ଅଧିକ ପଢ଼ନ୍ତୁ...

କ୍ରାନ୍ତିକାରୀ କୃଷକ ସଭା ସହ ଆଦିବାସୀ ଭାରତ ମହାସଭାର ଧାରଣା

By

Published : Nov 11, 2019, 6:21 PM IST

ଭୁବନେଶ୍ବର: ପ୍ରକୃତ ଚାଷୀ ଓ ଆଦିବାସୀ ହାତରେ ଜମି, ଜଳ ଓ ଜଙ୍ଗଲ ଅଧିକାର ଏବଂ ଫସଲର ଲାଭ ଜନକ ଦର ଆଦି ବିଭିନ୍ନ ଦାବି ନେଇ ରାଜଧାନୀରେ ଗଣଧାରଣା କରିଛି ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଙ୍ଘ ଓ ଆଦିବାସୀ ଭାରତ ମହାସଭା।

ସୋମବାର ମିଳିତ ଭାବେ ଉଭୟ ସଂଘ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 21 ଦଫା ଦାବିରେ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା ଓ ଆଦିବାସୀ ଭାରତ ମହାସଭା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ସଙ୍ଘର କହିବା ଅନୁଯାୟୀ ଦିନକୁ 31 ଜଣ ଚାଷୀ ମୃତ୍ୟୁ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଚାଷ ଜମିକୁ ବିଭିନ୍ନ କର୍ପୋରେଟ କମ୍ପାନୀ ହାତକୁ ଟେକି ଦେଉଛନ୍ତି। ଯାହା ଫଳରେ ଚାଷୀ ଅନେକ ଅସୁବିଧାର ଶିକାର ହୋଇ ଆତହତ୍ୟାକୁ ଶେଷ ପନ୍ଥା ଭାବି ନେଉଛି।

ଯଥାଶୀଘ୍ର ସରକାର ଏଦିଗରେ ଧ୍ୟାନ ଦେଇ ପ୍ରକୃତ ଚାଷୀକୁ ପାଞ୍ଚ ଏକର ଜମି, ଋଣ ମୁକ୍ତି, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ଜାତୀୟ ନୀତି ଓ ଭାରତୀୟ ଜଙ୍ଗଲ ଆଇନ 1927 ପ୍ରସ୍ତାବିତ ସଂଶୋଧନକୁ ବାତିଲ ନକଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

କ୍ରାନ୍ତିକାରୀ କୃଷକ ସଭା ସହ ଆଦିବାସୀ ଭାରତ ମହାସଭାର ଧାରଣା

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details