ଭୁବନେଶ୍ବର: ଆସନ୍ତା ୬ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଛାତ୍ରଛାତ୍ରୀଙ୍କ ଅଫଲାଇନରେ କ୍ଲାସ ହେବ । କୋଭିଡ କଟକଣା ପାଳନ କରି ଶିକ୍ଷାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି ।
ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢା ହେଉଥିଲା । ତେବେ ୬ତାରିଖରୁ ସମସ୍ତ ବର୍ଷ ପିଲାଙ୍କ ପାଇଁ ପାଠପଢା ସ୍ବାଭାବିକ କରିବାକୁ ମଙ୍ଗଳବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ବୈଷୟିକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । 5ତାରିଖରୁ ଖୋଲାଯିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ହଷ୍ଟେଲ ।